ଯେହେତୁ ଉପକୂଳ ଓଡ଼ିଶାରେ ମାଇଣ୍ଡ ଗେମ୍କୁ ଚଲାଇ ଦିଆଗଲା ନାହିଁ, ସେଥିପାଇଁ ପଶ୍ଚିମ ଓଡ଼ିଶାରେ ଓଡ଼ିଆ ସିନେମାକୁ ଚଲାଇ ଦିଆଯିବ ନାହିଁ ବୋଲି ପ୍ରତିକ୍ରିୟା ଦେଲେ ବିବାଦୀୟ ଅଭିନେତା ମନୋଜ ମିଶ୍ର। ଏହାର ପ୍ରତିକ୍ରିୟାରେ ପ୍ରଥାର ପରଯୋଜିକା ସନିଲିସା ପ୍ରତିକ୍ରିୟାରେ କହିଛନ୍ତିକି ଏବେବି ଉପକୂଳ ଓଡ଼ିଶାରେ ମାଇଣ୍ଡଗେମ୍ ଫିଲ୍ମ ଚାଲିଛି । ଏହାଛଢା ମନୋଜ ମିଶ୍ରଙ୍କ ଉପରେ କୌଣସି ଅଫିସିଆଲ ବ୍ୟାନ ଲଗାଯାଇନାହିଁ । ସନଲିସା କହିଛନ୍ତି, ଓଡ଼ିଶାବାସୀ ଭାବୁଛନ୍ତି, ମନୋଜ ମିଶ୍ରଙ୍କ ସହ ଯାହା ଘଟିଛି ତାହା ଭୁଲ୍, କିନ୍ତୁ ବାସ୍ତବରେ ସେମିତି କିଛି ଘଟିନାହିଁ ।
ସୂଚନାନୁସାରେ, ଆସନ୍ତା ୨୩ ତାରିଖରେ ବିଧାନସଭା ଆଗରେ ଧାରଣା ଦେବେ ସନଲିସା । ଏହି ଧାରଣାରେ ସାମିଲ ହେବା ପାଇଁ ସେ ମନୋଜ ମିଶ୍ରଙ୍କୁ ମଧ୍ୟ ନିବେଦନ କରିଛନ୍ତି ।