EnewsOdia.Com

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ମୁକୁନ୍ଦ ନର୍ଭାନେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ

ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଆଗାମୀ ଡିସେମ୍ବର ୩୧ ତାରିଖରେ ସେନାରୁ ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ ଜେନେରାଲ ମନୋଜମୁକୁନ୍ଦ ନରୱାଣେ ଦେଶର ୨୮ତମ ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବେ। ଗତ ସେପ୍ଟେମ୍ବରରେ ସେ  ସ୍ଥଳସେନା ଉପାଧ୍ୟକ୍ଷ ଭାବେ ଦାୟିତ୍ବଗ୍ରହଣ କରିଥିଲେ।

ଦୀର୍ଘ ୩୭ବର୍ଷର ବୃତ୍ତିଗତ ଜୀବନରେ ନରବଣେ ଉତ୍ତର-ପୂର୍ବାଞ୍ଚଳ ଓ କାଶ୍ମୀରରେ ବିଶୃଙ୍ଖଳା ଦମନରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି। ଏତଦ୍‌ବ୍ୟତୀତ ରାଷ୍ଟ୍ରୀୟ ରାଇଫଲ୍ସର ମୁଖ୍ୟ ଏବଂ ବିଦେଶରେ ସେ ଭାରତୀୟ ଶାନ୍ତି ସେନାର ନେତୃତ୍ବ ନେଇଛନ୍ତି। ୧୯୮୦ ଜୁନ୍‌ରେ ସେ ଶିଖ ଲାଇଟ୍‌ ଇନଫାଣ୍ଟ୍ରି ରେଜିମେଣ୍ଟର ୭ମ ବାଟାଲିୟନ୍‌ରେ ପ୍ରଥମେ ଭର୍ତ୍ତି ହୋଇଥିଲେ । ସେନାରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ସେନା ମେଡାଲ, ବିଶିଷ୍ଟ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ ପ୍ରଦାନ କରାଯାଇଛି ।

ପଢନ୍ତୁ: ଛୁଟି ଦିନ ସତ୍ତ୍ୱେ ଫେବୃଆରୀ ୧ରେ ହେବ ବଜେଟ ଉପସ୍ଥାପନ

ସମ୍ବନ୍ଧିତ ଖବର

ବ୍ଲାକରୋଜ ଜାହାଜରେ ପିଟି ହୋଇ ବୁଡ଼ିଗଲା ଟ୍ରଲର

Ratnamani Maharana

ପାକିସ୍ତାନର ତେଜ୍‌ଗାମ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗି ୧୬ ଯାତ୍ରୀ ମୃତ, ୧୩ ଆହତ

Ratnamani Maharana

ଆର୍‌ଟିଓରେ ୨୨ଟଙ୍କିଆ ଲୁଟ୍‌ !

Ratnamani Maharana

ଶେଷରେ ଫାଶୀଖୁଣ୍ଟରେ ଝୁଲିଲେ ୪ ନିର୍ଭୟା ଦୋଷୀ

Ratnamani Maharana

ରାମ ମନ୍ଦିର ପାଇଁ ପରିବାର ପିଛା ୧୧ ଟଙ୍କା ଓ ପଥର ମାଗିଲେ ଯୋଗୀ

Ratnamani Maharana

କରୋନା ପାଇଁ ରାଜଧାନୀର ୧୭ ହାଟ ଉପରେ ଲାଗିଲା କଟକଣା

Ratnamani Maharana