News

ମୌସୁମୀ ଆଗମନରେ ଓଡିଶାରେ ଆରମ୍ଭ ହେଲାଣି ଝିପିଝିପି ବର୍ଷା

Man

 ୪ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଆଜି ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ  ବାୟୁ। ଏଭଳି କିଛି ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଏବଂ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ମୌସୁମି ବର୍ଷା ଲାଗି ରହିଛି। ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଓଡ଼ିଶାରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡିଶାରେ ସକ୍ରିୟ ହେବା ସହ ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ।

ପରବର୍ତ୍ତୀ ସମୟରେ ଉପକୂଳ ଓ ଉତ୍ତର ଓଡିଶାକୁ ମୌସୁମୀ ବ୍ୟାପିବ । ୨୩ ତାରିଖ ପର୍ଯ୍ୟନ୍ତ ଓଡିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୩ ଦିନ ଯାଏଁ ଏପରି ବର୍ଷା ଲାଗିରହିବ । ସାରା ରାଜ୍ୟରେ ପାଗ ପରିବର୍ତ୍ତନ ସାଙ୍ଗକୁ ସବୁ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା  ହେବ । ପଶ୍ଚିମ ଓଡ଼ିଶାରେ ମଧ୍ୟ ୨୪ ଘଣ୍ଟାରେ ତାତି ରୁ ନିସ୍ତାର ମିଳିବ ।
ପଢନ୍ତୁ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଯୋଗ ମୁଡରେ ଭାରତବାସୀ

Related posts

ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ

ENO Beuro

ଝାରସୁଗୁଡା ବିମାନ ବନ୍ଦରରୁ ମାର୍ଚ୍ଚ ୩୧ରେ ଉଡିବ ସ୍ପାଇସ୍‌ ଜେଟ୍‌

ENO Beuro

ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

ENO Beuro

Leave a Comment