EnewsOdia.Com

ପାର୍ଲର ନଯାଇ ଘରେ କରନ୍ତୁ ମାନିକିୟୋର, ପେଡିକିୟୋର୍‌

ମଧ୍ୟମ ବର୍ଗର ଲୋକଙ୍କ ପାଇଁ ସବୁବେଳେ ପାର୍ଲର ଯିବା ଆଦୌ ସହଜ କଥା ନୁହେଁ। ମାତ୍ର ନିଜ ସୌନ୍ଦର୍ଯ୍ୟର ଯତ୍ନ ନେବାର ଇଚ୍ଛା କାହାର ବା ନଥାଏ! ଆପଣ ଚିନ୍ତା କରନ୍ତୁ ନାହିଁ, ସବୁ କାମ ପାର୍ଲର ବିନା ଅଟକି ରୁହେନି। ଘରୋଇ ଉପାୟରେ ବି ନେଇ ହେବ ନିଜ ତ୍ୱଚାର ଯତ୍ନ। ତେବେ ଚାଲନ୍ତୁ ଜାଣିିବା ବିନା ପାର୍ଲର ଯାଇ କେଉଁ ଭଳି ଭାବେ ଘରେ ବସି ମାନିକିୟୋର୍‌( ହାତ ସଫା) ଓ ପେଡିକିୟୋର୍‌(ଗୋଡ଼ ସଫା) କରିପାରିବେ।

ଆବଶ୍ୟକୀୟ ସାମଗ୍ରୀ:-

ଉଭୟ ମାନିକିୟୋର ଓ ପେଡିକିୟୋର୍‌ ଗେଟାଏ ପ୍ରଣାଳୀରେ କରିହେବ। ସେଥିପାଇଁ ଆପଣଙ୍କୁ ଆବଶ୍ୟକ ବଡି ସମ୍ପୋ, ଲୁଣ, କାଗେଜି, ହାଇଡ୍ରୋଜେନ୍‌ ପେରକ୍‌ସାଇଡ୍‌(ପ୍ରତ୍ୟେକ ମେଡିସିନ୍‌ ଷ୍ଟୋର୍‌ରେ ମିଳେ), ଗୋଲାପ ଜଳ, ବଡି ଲୋସନ ଓ ପାଣି।

ପ୍ରଥମେ କିଛି ପାଣି ନେଇ ତାହାକୁ ହାଲୁକା ଉଷୁମ କରନ୍ତୁ। ସେହି ପାଣିକି ଏକ ପାତ୍ରରେ କାଢ଼ି ସେଥିରେ ଆବଶ୍ୟକ ମୁତାବକ ଲୁଣ ପକାଇ ମିଶାଇ ଦିଅନ୍ତୁ। ତାପରେ ସେଥିରେ ଫେଣ ହେବା ପରିମାଣର ବଡି ସାମ୍ପୋ ମିଶାନ୍ତୁ। ସାମ୍ପୋ ମିଶାଇ ଗୋଳାଇବା ପରେ ସେଥିରେ କାଗେଜି କାଟି ଚିପୁଡ଼ି ଦିଅନ୍ତୁ। କିଛି ସମୟ ପର୍ଯ୍ୟନ୍ତ ସେହି ପାଣିରେ ହାତ କିମ୍ବା ଗୋଡ଼କୁ ବୁଡ଼ାଇ ରଖନ୍ତୁ। ତା’ପରେ ଲେମ୍ବୁ ଘଷି ଘଷି ହାତ/ଗୋଡ଼ ସଫା କରନ୍ତୁ।

ଭଲ ଭାବେ ହାତ/ଗୋଡ଼କୁ ଧୋଇ ଦେବା ପରେ ଏକ ନରମ ତଉଲିଆରେ ପୋଛି ସେଥିରେ ପ୍ରଥମେ ଗୋଲାପ ଜଳ ଲଗାନ୍ତୁ ଓ ଗୋଲାପ ଜଳ ଶୁଖି ଗଲା ପରେ ବଡି ଲୋସନ ଲଗାଇ ସାମାନ୍ୟ ମାଲିସ୍‌ କରନ୍ତୁ।

ପଢନ୍ତୁ: ଘରେ ସୋରିଷ ତେଲ ଅଛି ତ? ଏହି ୫ ସମସ୍ୟାକୁ ଚୁଟ୍‌କିରେ ସମାଧାନ କରନ୍ତୁ

ସମ୍ବନ୍ଧିତ ଖବର

ପିଆଜ ଚା’ ସେବନର ଜବରଦସ୍ତ ଫାଇଦା

Ratnamani Maharana

ଓଜନ ଏବଂ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖେ ଏହି ପରିବା

Ratnamani Maharana

ଗ୍ରିନ୍ କଫି ସାହାର୍ଯ୍ୟରେ କମାନ୍ତୁ ଓଜନ, ଜାଣନ୍ତୁ କିପରି

Ratnamani Maharana

ଏହି ସବୁ ରୋଗରୁ ରକ୍ଷା କରିବ ମାଛ

Ratnamani Maharana

ଜାଣନ୍ତୁ କାନ୍ଦିବା ଦେହ ପାଇଁ ଭଲ ନା ଖରାପ

Ratnamani Maharana

ପିମ୍ପୁଡ଼ି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ

Ratnamani Maharana