EnewsOdia.Com

କଳାଜାଇ ଦିଏ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା, ଜାଣନ୍ତୁ କିପରି

ସମସ୍ତଙ୍କ ଶରୀରରେ କୌଣସି ନା କୌଣସି ସ୍ଥାନରେ କଳାଜାଇ ଥାଏ। କୁହାଯାଏ, କଳାଜାଇ ମଣିଷର ସ୍ୱଭାବ ଓ ଗୁଣ ବିଷୟରେ ସୂଚନା ଦେବା ସହିତ ଭବିଷ୍ୟତ ସଂପର୍କରେ ମଧ୍ୟ କହିଥାଏ। ତା’ହେଲେ ଆସନ୍ତୁ ଆଜି ଏ ବିଷୟରେ ଜାଣିବା।

୧) ସମୁଦ୍ରଶାସ୍ତ୍ରରେ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ମଥାରେ କଳାଜାଇ ଅଛି, ତା’ହେଲେ ସେ ବୁଦ୍ଧିମାନ୍‌। ସେ କୌଣସି କଥାକୁ ବିନା ତର୍କରେ ଗ୍ରହଣ କରନ୍ତି ନାହିଁ। ତା’ ସହିତ ଏପରି ବ୍ୟକ୍ତିଙ୍କ ପାଖରେ କେବେ ଧନର ଅଭାବ ରହେ ନାହିଁ।

୨)  ଯେଉଁ ବ୍ୟକ୍ତିଙ୍କର ପାଦ ତଳେ କଳାଜାଇ ଥାଏ, ସେ ଜୀବନରେ ଭ୍ରମଣ କରିବା ପାଇଁ ଅନେକ ସୁଯୋଗ ପାଇଥା’ନ୍ତି।

୩) ଯାହାର ପେଟ ଉପରେ କଳାଜାଇ ଥାଏ, ତାଙ୍କୁ ଜୀବନସାରା ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିଥାଏ।

୪)  ସମୁଦ୍ର ଶାସ୍ତ୍ର ଅନୁସାରେ ଅନାମିକା ଆଙ୍ଗୁଳିରେ ସୂର୍ଯ୍ୟ ଓ ପର୍ବତ ଥାଆନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଏହି ଆଙ୍ଗୁଳିରେ କଳାଜାଇ ଥାଏ, ତା’ହେଲେ ସେ ବହୁତ ରାଗୀ ସ୍ଵଭାବର ହୋଇଥା’ନ୍ତି।

୫) ଅନାମିକା ଆଙ୍ଗୁଳିର ଠିକ୍‌ ତଳେ କଳାଜାଇ ଥିବା ବ୍ୟକ୍ତିଙ୍କର ଦୃଷ୍ଟିଶକ୍ତି ଧୀରେ ଧୀରେ ଦୁର୍ବଳ ହୋଇଯାଏ। ତେଣୁ ଯେଉଁମାନଙ୍କର ଅନାମିକା ଆଙ୍ଗୁଳିର ଠିକ୍ ତଳେ କଳାଜାଇ ଅଛି, ସେମାନେ ସତର୍କ ରହିବା ଉଚିତ୍।

୬)  ଶରୀରରେ କେବଳ କଳା ରଙ୍ଗର କଳାଜାଇ ନଥାଏ। ଅନେକ ବ୍ୟକ୍ତିଙ୍କ ଶରୀରର ଲାଲ୍‌ ରଙ୍ଗର କଳାଜାଇ ମଧ୍ୟ ଦେଖିବାକୁ ମିଳିଥାଏ। ଶରୀରର ଲାଲ୍‌ ରଙ୍ଗର କଳାଜାଇ ଥିଲେ ହାଡ଼ଜନିତ ସମସ୍ୟା ଦେଖା ଦେଇଥାଏ।

ପଢନ୍ତୁ: ୧୩ ତାରିଖରେ ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏହି କାମ

ସମ୍ବନ୍ଧିତ ଖବର

ଅଫିସ୍‌ରେ ସମସ୍ୟା ଲାଗିରହୁଥିଲେ ଆପଣାନ୍ତୁ କେତେକ ବାସ୍ତୁ ଟିପ୍ସ

Ratnamani Maharana

ଦୀପାବଳି ପୂର୍ବରୁ ଘରୁ ବାହାର କରନ୍ତୁ ଏହିସବୁ ଜିନିଷ, ନଚେତ୍‌ ହୋଇପାରନ୍ତି କାଙ୍ଗାଳ

Ratnamani Maharana

ଆକ୍ୱାରିୟମ୍‌ରେ କେତୋଟି ମାଛ ରଖିଲେ କଟିବ ବାସ୍ତୁଦୋଷ ?

Ratnamani Maharana

ଦୀପାବଳିରେ ବାସ୍ତୁ ଅନୁଯାୟୀ ପକାନ୍ତୁ ରଙ୍ଗୋଲି

Ratnamani Maharana

୧୩ ତାରିଖରେ ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏହି କାମ

Ratnamani Maharana

ଅସଫଳ କାମକୁ ସଫଳ କରେ ରୋଷେଇ ଘରେ ଥିବା ଏହି ଜିନିଷ

Ratnamani Maharana