• Home
  • News
  • ମାଓବାଦୀଙ୍କ ଆକ୍ରମଣ :ମାଲକାନଗିରି–ଛତିଶଗଡ ସୀମାରେ ଜାଳିଦେଲେ ୩ଟି ବସ୍‌ ଓ ୩ଟି ଟ୍ରକ୍, ଜଣଙ୍କୁ ହତ୍ୟା
News

ମାଓବାଦୀଙ୍କ ଆକ୍ରମଣ :ମାଲକାନଗିରି–ଛତିଶଗଡ ସୀମାରେ ଜାଳିଦେଲେ ୩ଟି ବସ୍‌ ଓ ୩ଟି ଟ୍ରକ୍, ଜଣଙ୍କୁ ହତ୍ୟା

ପୁଣି ମାତିଲେ ମାଓବାଦୀ

ମାଲକାନଗିରି ସୀମାରେ ପୁଣି ମାଓ ହିଂସା ଦେଖାଦେଇଛି । ମାଓବାଦୀମାନେ ୩ଟି ବସ ଓ ୩ ଟ୍ରକ ଜାଳିଦେଇଥିବା ଅଭିଯୋଗ ହୋଇଛି । ଏହା ସହ ଚାକିରିରୁ ବହିଷ୍କୃତ ହୋଇଥିବା ମୁନା ସୋଡି ନାମକ କନେଷ୍ଟବଳଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିବା ଯାତ୍ରୀବାହୀ  ବସକୁ ଅଟକାଇ ଏଭଳି କାଣ୍ଡ କରିଥିବା ଜଣାପଡିଛି । ପ୍ରଥମ ଥର ପାଇଁ ଏହି ବସ୍ ଯାତ୍ରା ଶୁଭାରମ୍ଭ କରାଯାଇଥିଲା । ତେଲେଙ୍ଗାନା ସୀମାରେ କିଛିଦିନ ତଳେ ଏନକାଉଂଟରରେ ୧୨ ଜଣ ମାଓବାଦୀଙ୍କୁ ହତ୍ୟା କରିଥିବାର ଘଟଣାର ପ୍ରତିବାଦରେ ଏଭଳି କାଣ୍ଡ କରିଥିବା ଛାଡିଯାଇଥିବା ପୋଷ୍ଟର ଓ ବ୍ୟାନରରେ ଉଲ୍ଲେଖ ରହିଛି।

ସୂଚନା ଅନୁସାରେ ରାତି ପ୍ରାୟ ୧୦ଟା ୧୫ ସମୟରେ ମାଓବାଦୀମାନେ ଗାଡ଼ିଗୁଡ଼ିକୁ ରାସ୍ତାରେ ଅଟକାଇଥିଲେ। ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ ବସର ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇଥିବା ୩ଟି ବସ୍ ମଧ୍ୟରୁ ଗୋଟିଏ ବସ୍ ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିଲା। ଅନ୍ୟ ୨ଟି ବସ୍ ଜଗଦଲପୁରରୁ ହାଇଦ୍ରାବାଦ ଓ ବଇଲଡିଲାରୁ ହାଇଦ୍ରାବାଦ ଯାଉଥିବାର ଜଣାଯାଇଛି। ଗତକାଲି ମାଲକାନଗିରିରୁ ହାଇଦ୍ରାବାଦକୁ ଏହି ବସଟି ନୂଆ କରି ଚାଲିଥିଲା।

୨ ମାର୍ଚ୍ଚରେ ହୋଇଥିବା ଏନକାଉଣ୍ଟରକୁ ବିରୋଧ କରି ଏଭଳି ଘଟଣା ଘଟାଇ ଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ତେବେ ଉକ୍ତ ଘଟଣାର ପ୍ରତିଶୋଧ ନେଇଛନ୍ତି ମାଓବାଦୀ।

ମାଓବାଦୀଙ୍କ ଆକ୍ରମଣ :ମାଲକାନଗିରି–ଛତିଶଗଡ ସୀମାରେ ଜାଳିଦେଲେ ୩ଟି ବସ୍‌ ଓ ୩ଟି ଟ୍ରକ୍, ଜଣଙ୍କୁ ହତ୍ୟା maoisits

ପଢନ୍ତୁ;

ମଦ ପିଇ ବର ବେଦିରୁ ଉଠିଗଲେ: ଥାନାରେ ହେଲା ବରଣମାଳା, ଆଜି କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ

Related posts

ଓଡ଼ିଆ ପୁଅଙ୍କ ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡ, ପାଟିରେ ରଖିଲେ ୪୫୯ଟି ଷ୍ଟ୍ର

Krishna Kumar Manoj

ବିଶ୍ୱର ଟପ୍-୨୦ ସ୍ମାର୍ଟ ସିଟିରେ ଭୁବନେଶ୍ୱର

Krishna Kumar Manoj

ଦିଲ୍ଲୀ ଏମ୍ସରୁ ଆସିଲା ଖୁସି ଖବର – ମା’ କୋଳରେ ଜଗା, ବଳିଆ ସ୍ୱାସ୍ଥ୍ୟରେ ଉନ୍ନତି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More