EnewsOdia.Com

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଆଉ ଏକ ବୃହତ୍ ଉତ୍ସବ। ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟବର୍ତୀ ରାମଚଣ୍ଡୀ ବେଳାଭୂମିରେ ଦୀର୍ଘ ୪୯ ଦିନ ଧରି ଅନୁଷ୍ଠିତ ହେବ ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’ ଉତ୍ସବ। ଏଥିପାଇଁ ସଜ୍ଜେଇ ହୋଇଛି କୋଣାର୍କ ରାମଚଣ୍ଡୀ ବେଳାଭୂମି । ସମୁଦ୍ରର ସୁ ସୁ ଗର୍ଜ୍ଜନ ସାଙ୍ଗକୁ ବାଲିରେ ଟେଣ୍ଟର ପଞ୍ଚତାରକା ହୋଟେଲ ।

ତା ସହିତ ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ, ଜଳକ୍ରୀଡ଼ା, ଖାଦ୍ୟପେୟ ଓ ନେଚର ଟ୍ରାଏଲସର ମଜ୍ଜା । ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଆଉ ଏକ ଦିଶା ଦେବାକୁ ଆଜିଠୁ ଆରମ୍ଭ ହେଉଛି ମେରାଇନ୍ ଡ୍ରାଇଭ ଇକୋ-ରିଟ୍ରିଟ୍ । ଏହି ଉତ୍ସବକୁ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।

ସମୁଦ୍ରର ସୁ ସୁ ଶବ୍ଦ ସହ ପଞ୍ଚତାରକା ହୋଟେଲ୍‌ର ଅନୁଭବ ଭେଟି ଦେବ ଏହି ଅସ୍ଥାୟୀ ଟେଣ୍ଟ୍‌। ଆଗ୍ରହୀ ପର୍ଯ୍ୟଟକଙ୍କ ରହିବା ପାଇଁ ଟେଣ୍ଟ୍‌ଗୁଡ଼ିକୁ କ୍ଲାସିକ୍‌ କଟେଜ୍‌, ଡିଲକ୍ସ କଟେଜ୍‌, ପ୍ରିମିୟମ କଟେଜ୍‌, ରୟାଲ୍‌ କଟେଜ୍‌ ଓ ପ୍ରେସିଡେନ୍‌ସିଆଲ୍‌ ଭିଲ୍ଲା ଆଦିରେ ଶ୍ରେଣୀଭୁକ୍ତ କରାଯାଇଛି।

ଏଠାରେ ରହିବା ପାଇଁ ରାତି ପିଛା ଜଣକୁ ୭ ହଜାରରୁ ୨୨ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ମୂଲ୍ୟ ବିଭିନ୍ନ ଦିନରେ ପରିବର୍ତନ ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ନିର୍ଧାରିତ ମୂଲ୍ୟରେ ଜଣେ ଭୁବନେଶ୍ବରରୁ ବାହାରିବାଠାରୁ ଆରମ୍ଭ କରି ଖାଦ୍ୟ ପେୟ, ବିଚ୍‌ ସ୍ପା, ଦୁଃସାହସିକ ଜଳକ୍ରୀଡ଼ା, ନେଚର୍‌ ଟ୍ରାଏଲ୍‌ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ପାଇପାରିବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିପାଇଁ ୪କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏଥିପାଇଁ ଏଯାବତ୍‌ ବୁକିଂ କରି ସାରିଛନ୍ତି ୧୮୪ ଜଣ ପର୍ଯ୍ୟଟକ।

ଇକୋ-ରିଟ୍ରିଟ୍କୁ ୩ ଭାଗରେ ବଣ୍ଟାଯାଇଛି। ପ୍ରଥମତଃ ଇନ୍ ହାଉସ୍ ଅଞ୍ଚଳ। ଯେଉଁଠି କେବଳ ଟେଣ୍ଟ୍ ବୁକିଂ କରି ପର୍ଯ୍ୟଟକମାନେ ରହିପାରିବେ। ଅନ୍ୟଟି ହେଉଛି ପବ୍ଲିକ୍ ଏରିଆ (ବିଚ୍ ମାର୍କେଟ୍)। ଅର୍ଥାତ ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ ସହ ବିଭିନ୍ନ ତାରକା ହୋଟେଲ୍ ଓ ରେସ୍ତୋରାଁ ସ୍ବାଦିଷ୍ଟ ଖାଦ୍ୟ ଭେଟିଦେବେ। ଏହି ପରିସରରେ ଯେ କୌଣସି ଲୋକ ପ୍ରବେଶ କରି କିଣାକିଣି କରିପାରିବେ। ତୃତୀୟଟି ହେଉଛି ସାଂସ୍କୃତିକ ମଞ୍ଚ ଅଞ୍ଚଳ।

ଯେଉଁଠି ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେଠାକୁ ପ୍ରବେଶ ପାଇଁ କିଛି ନିର୍ଦିଷ୍ଟ ଦେୟ ଦେବାକୁ ପଡ଼ିବ। ଏତଦବ୍ୟତୀତ ମାଇସ୍ ଟୁରିଜିମକୁ ପ୍ରଚାର ପ୍ରସାର କରିବା ପାଇଁ ଏହି ପରିସରରେ ସମ୍ମିଳନୀ ଆୟୋଜନର ବ୍ୟବସ୍ଥା ରହିବ। ବିଶେଷକରି ୧୫୦ ଜଣଙ୍କୁ ନେଇ ଏହା ମଧ୍ୟରେ କର୍ପୋରେଟ୍ ସମ୍ମିଳନୀ ଆୟୋଜନ କରାଯାଇପାରିବ ବୋଲି ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି।

ପଢନ୍ତୁ: ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତର ଜ୍ୱାଇଁ

ସମ୍ବନ୍ଧିତ ଖବର

ଆଜିର ଦିନରେ ବନ୍ଦ ହୋଇଥିଲା ପୁରୁଣା ୫ଶହ ଓ ହଜାରେ ଟଙ୍କିଆ ନୋଟ ପ୍ରଚଳନ

Ratnamani Maharana

ବଙ୍ଗୋପସାଗରରେ ଲଘୁଚାପ, ୨୫ ଯାଏଁ ବର୍ଷାରୁ ନିସ୍ତାର ନାହିଁ

Ratnamani Maharana

ହୁନର ହାଟରେ ‘ପିପିଲି ଚାନ୍ଦୁଆ’ ଦେଖି ଅଟକି ଗଲେ ମୋଦି

Ratnamani Maharana

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ ବିସ୍ମୟ ବାଳିକା ଦୀପ୍ତି ଶର୍ମା

Ratnamani Maharana

ଅନିଲ କପୁରଙ୍କ ସହ ଅର୍ଚ୍ଚିତାଙ୍କ ଠୁମ୍‌କା, ରଚନା ବାନାର୍ଜୀ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର

Ratnamani Maharana

ଦିନକୁ ଦିନ ବଢିବାରେ ଲାଗିଛି ତାପମାତ୍ରା

Ratnamani Maharana