LIFESTYLE

ଆସନ୍ତୁ ଜାଣିବା ବୈବାହିକ ସଂପର୍କକୁ କିପରି ସୁଦୃଢ କରିବେ

By Krishna Kumar Manoj

February 03, 2018

ବିିବାହ ହେଉଛି ଦୁଇଟି ହୃଦୟର ମିଳନ । ଦୁଇଟି ଅଜଣା ଲୋକ ଅଗ୍ନିକୁ ସାକ୍ଷୀ ରଖି ବେଦି ଉପରେ ବସି ବାହା ହୋଇଥାନ୍ତି । ବିବାହ ପରେ ଉଭୟଙ୍କ ଜୀବନରେ ପରିବର୍ତନ ଆସିଥାଏ । ବିବାହର ମୂଳମନ୍ତ୍ର ହେଲା ଦୁଇଜଣ ଦୁଇଜଣଙ୍କୁ ଠିକରେ ବୁଝି ଏହି ସଂପର୍କକୁ ଆଗେଇ ନେବା, ଏହାଦ୍ୱାରା ସଂପର୍କ ସୁଦୃଢ ଏବଂ ମଜବୁତ୍ ହୋଇଥାଏ ।ବେଳବେଳେ ଏହି ସଂପର୍କରେ କିଛି ଲୋକଙ୍କର ନଜର ପଡି ଉଭୟ ସ୍ୱାମୀ ଓ ସ୍ତ୍ରୀ ବହୁ ଅସୁବିଧାର ସାମ୍ନା ମଧ୍ୟ କରିଥାନ୍ତି ।

ବୈବାହିକ ସମ୍ପର୍କକୁ ସୁଦୃଢ କରିବା ପାଇଁ କିଛି ଟିପ୍ସ

ଫୁଲ ଓ ଉପହାର ଆପଣ ବିଭିନ୍ନ ମୈାକାରେ ଦେଇ ଥାଆନ୍ତି । କେବେ କେବେ ଅଚାନକ କିଛି ନ’ଥାଇ ଯଦି ଆପଣ ପତ୍ନୀଙ୍କୁ କିଛି ଉପହାର ଦିଅନ୍ତି ତେବେ ସେ ଅଧିକ ଖୁସି ହେବେ । ସେ ଆପଣଙ୍କ ଭାବନାକୁ ବୁଝିବା ପାଇଁ ଆପଣଙ୍କ ଅକୁହା କଥାକୁ ଭଲ ଭାବରେ ବୁଝିପାରିବେ ।

ସମୟ ପାଇଲେ ଆପଣ, ଆପଣଙ୍କ ସ୍ତ୍ରୀ ପାଇଁ କିଛି ରୋଷେଇ କରି ଖୁଆନ୍ତୁ । ସବୁଦିନେ ରୋଷେଇ କରି କରି ସେ ଏତେ ବିରକ୍ତ ହୋଇ ଯାଇ ଥାଆନ୍ତି ଯେ ଆପଣ ସପ୍ତାହରେ ଥରେ ରୋଷେଇ କରି ଖାଇବା ପାଇଁ ଅଫର କଲେ ସ୍ତ୍ରୀଙ୍କର ଖୁସିର ଅନ୍ଦାଜ ଲଗାଇ ପାରିବେ ନାହିଁ ।

ଛୋଟ ଛୋଟ କଥାରେ ସେଲିବ୍ରେଟ କରିବା ସ୍ତ୍ରୀ ଲୋକ ମାନଙ୍କୁ ଭଲଲାଗେ । କିନ୍ତୁ ଆପଣ ଯଦି ବିବାହ ବାର୍ଷିକୀ ମନେ ରଖି ତାଙ୍କୁ ସରପ୍ରାଇଜ ପାର୍ଟି ଦିଅନ୍ତି ସେ ଅଧିକ ଖୁସି ହେବେ ।

ତାଙ୍କ ପରିବାର ଓ ସଂପର୍କୀୟଙ୍କ ସହ ମିଶିବା ପାଇଁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ଵାରା ସେମାନେ ଅଧିକ ଖୁସିହେବେ ଓ ଆପଣଙ୍କ ପ୍ରତି ତାଙ୍କ ଭଲପାଇବା ମଧ୍ୟ ବଢିଯିବ ।

ଆପଣ ଫୋନରେ ମାଧ୍ୟମରେ  ଛୋଟ ଛୋଟ କଥାରେ ଖୁସି ଜାହିର କରନ୍ତୁ । ଏପରି କଲେ ଆପଣଙ୍କ ସଂପର୍କ ମଜବୁତ୍ ହେବ।

ସେ ଯାହା ଆଶା କରନ୍ତି ତାଠାରୁ ଅଧିକ ତାରିଫ କରନ୍ତୁ କାରଣ, ସ୍ତ୍ରୀ ଲୋକଙ୍କୁ ପ୍ରଶଂସା ବହୁତ ଭଲଲାଗେ ।

ଯେଉଁ ଘରେ ଆପଣଙ୍କ ସ୍ତ୍ରୀ ଏତେ କାମ କରୁଛନ୍ତି, ଆପଣଙ୍କ କର୍ତବ୍ୟ ହେଲା ଆପଣ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରନ୍ତୁ । କେବେ କେବ ଅଚାନକ ଘରେ ପହଞ୍ଚି ତାଙ୍କୁ ଲଞ୍ଚ ପାଇଁ ନେଇଯାଆନ୍ତୁ ।

ପଢନ୍ତୁ ;

ବିଭିନ୍ନ ରୋଗରୁ ଉପଶମ ଦିଏ ରସୁଣ ,ତେବେ ଆସନ୍ତୁ ଜାଣିବା ରସୁଣରେ ଥିବା ଔଷଧୀୟ ଗୁଣ