News

ମାର୍କ ଜୁକରବର୍ଗଙ୍କ ବଡ ପ୍ରତିଶ୍ରୁତି

ଫେସବୁକ ପୋଷ୍ଟରେ ଲେଖିଲେ, ତଥ୍ୟ ସୁରକ୍ଷା ମୋ ଦାୟିତ୍ୱ

ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ତଥ୍ୟ ଚୋରି ଘଟଣାରେ ତାଙ୍କ ସଂସ୍ଥା ଭୁଲ କରିଥିବା ବିଷୟ ସ୍ଵୀକାର କରିଛନ୍ତି । କହିଛନ୍ତି ଆମେରିକା କଂଗ୍ରେସରେ ହାଜର ହୋଇ ସେ ନିଶ୍ଚିନ୍ତ ନିଜ ପକ୍ଷ ରଖିବେ । ଫେସବୁକ ଏକ ଦାଇତ୍ଵବାନ ସଂସ୍ଥା । ତେଣୁ ପ୍ରତେକ ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନ ରଖିବା ଏହାର ଦାଇତ୍ଵ ।

ଜୁକରବର୍ଗ କହିଛନ୍ତି କି ଭବିଷ୍ୟତରେ ୟୁଜରଙ୍କ ତଥ୍ୟ ଚୋରି ରୋକିବାକୁ ସବୁ ପ୍ରକାର ଉଦ୍ୟମ କାରାଯିବ । ଆଗାମୀ ଦିନରେ ଭାରତ ସମେତ ବିଶ୍ଵର ବିଭିନ୍ନ ଦେଶରେ ହେବାକୁ ଥିବା ନିର୍ବାଚନରେ ଯେଭଳି ସ୍ଵଛତା ବଜାୟ ରହିପାରିବ ତାହା ଫେସବୁକ ସୁନିଶ୍ଚିତ ମଧ୍ୟ କରିବ ବୋଲି ମାର୍କ ଜୁକରବର୍ଗ ପ୍ରତିଶ୍ରୁତି ଦେଇଛନ୍ତି ।

ଜୁକରବର୍ଗ କହିଛନ୍ତି କି ୨୦୧୬ ଆମେରିକା ନିର୍ବାଚନ ଓ ୨୦୧୭ ଫ୍ରାନ୍ସ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବା ଲାଗି ଉଦ୍ୟମ ହୋଇଥିଲା । କିନ୍ତୁ ଆମେ ତାକୁ ରୋକିଥିଲୁ । ବର୍ତ୍ତମାନ ଆମେ ଲଗିନ ବ୍ୟବସ୍ଥାକୁ ବଦଳାଇ ଦେବୁ । ଯାହା ଦ୍ଵାରା ତଥ୍ୟ କମ ରହିବ ।

ସେଥିରେ କେବଳ ନାମ ,ଫଟୋ ଓ ଇ-ମେଲ ଠିକଣା ରହିବ । ୟୁଜରଙ୍କ ବିଷୟରେ ଯଦି କେହି ଅଧିକ ତଥ୍ୟ ଜାଣିବାକୁ ଚାହିଁବେ ତେବେ ଆମ ଠାରୁ ଅନୁମତି ନେବାକୁ ପଡିବ । ସେହିଭଳି ଆପ ପକ୍ଷରୁ ଯଦି ସେମାନଙ୍କର କିଛି ଡାଟା ଚୋରି ହୁଏ ତେବେ ୟୁଜରମାନେ ତାର ଅଭିଯୋଗ କରିପାରିବେ । ଏଭଳି ବ୍ୟବସ୍ଥା କରାଯାଉଛି ।

ବର୍ତ୍ତମାନ ଫେସବୁକର ବିଶ୍ଵରେ ୨୦୦ କୋଟିରୁ ଅଧିକ ସଦସ୍ୟ ଅଛନ୍ତି । ସେଥିରୁ ଭାରତୀୟଙ୍କ ସଂଖ୍ୟା ହେଉଛି ୨୦ କୋଟି ।

ପଢନ୍ତୁ ;

ଫିକ୍ସିଂ ମାମଲାରେ ସାମିଙ୍କୁ କ୍ଲିନ୍‍ ଚିଟ୍‍

Related posts

ପାକିସ୍ତାନର କଣ୍ଠଶିଳ୍ପୀଙ୍କୁ ଗୁଳି କରି ହତ୍ୟା

ENO Beuro

ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜବେକିସ୍ତାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି ସରକାର

ENO Beuro

1 comment

Leave a Comment