EnewsOdia.Com

ଧାମରା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ଦ୍ରୁତଗାମୀ ମାଛ ମାର୍ଲିନ

ଧାମରା ମୁହାଣରୁ ଧରାପଡିଛି ବିରଳ ପ୍ରଜାତିର ମାଛ । ଏହାକୁ ମାର୍ଲିନ ବୋଲି କୁହାଯାଏ । ଗଭୀର ସମୁଦ୍ରରୁ ଏହି ମାଛକୁ ଧରିଛନ୍ତି ମତ୍ସ୍ୟଜୀବୀ । ସାଢେ ୪ ଫୁଟ ଲମ୍ବର ଏହି ମାଛର ଓଜନ ପାଖାପାଖି ୧୦ କିଲୋଗ୍ରାମ । ମାର୍ଲିନ ମାଛ ପ୍ରାୟ ୨ କ୍ୱିଂଟାଲ ଯାଏଁ ବଢିଥାନ୍ତି । ମତ୍ସ୍ୟଜୀବୀଙ୍କ ମତରେ ସମୁଦ୍ର ମଧ୍ୟରେ ଖୁବ କ୍ଷୀପ୍ର ଗତିରେ ଘଂଟା ପ୍ରତି ୧୨୯ କିଲୋମିଟର ବେଗରେ ଏହି ମାଛ ଯାଇପାରେ ଓ ବେଶ ଲମ୍ବା ଡେଇଁପାରେ ।

ମାର୍ଲିନ ମାଛର ମାଢି ଖଣ୍ଡା ଭଳି ଲମ୍ବା । ବିଶେଷକରି ଏହି ମାଛ ସୋଡ ଫିସ୍ ପ୍ରଜାତିର । ସମୁଦ୍ର ଉଷ୍ମସ୍ରୋତରେ ମଧ୍ୟ ଏହି ମାଛ ହଜାର ହଜାର କିଲୋମିଟର ପଂହରିପାରେ ।

ବିଶେଷଜ୍ଞଙ୍କ ମତରେ, ବିଶେଷକରି ପ୍ରଶାନ୍ତ ମହାସାଗରରେ ଏହି ପ୍ରଜାତିର ମାଛ ଦେଖାଯାଇଥାଏ । ତେବେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ମାର୍ଲିନ ଓଡିଶା ପୂର୍ବ ଉପକୂଳକୁ ଖାଦ୍ୟ ଅନ୍ୱେଷଣରେ ଆସିଥାଇପାରନ୍ତି ବୋଲି କୁହାଯାଉଛି ।

ପଢନ୍ତୁ: ପରୀକ୍ଷାରେ ଅଜବ ପ୍ରଶ୍ନ, ଗାନ୍ଧୀ କେମିତି ଆତ୍ମହତ୍ୟା କରିଥିଲେ?

ସମ୍ବନ୍ଧିତ ଖବର

ପାକିସ୍ତାନର ତେଜ୍‌ଗାମ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ ଲାଗି ୧୬ ଯାତ୍ରୀ ମୃତ, ୧୩ ଆହତ

Ratnamani Maharana

ବାଘ ବଞ୍ଚାଇବାକୁ ସାରା ଦେଶ ବୁଲୁଛନ୍ତି ଏହି ଦମ୍ପତ୍ତି

Ratnamani Maharana

ଅସ୍ତରଙ୍ଗର ଉଦୟକାଣି ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର

Ratnamani Maharana

ଡଷ୍ଟବିନ୍‌ରେ ମହାପ୍ରଭୁଙ୍କ ମହାପ୍ରସାଦ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

Ratnamani Maharana

ପାକିସ୍ତାନ ଯୁଦ୍ଧ ସଂଗ୍ରାହଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଷ୍ଟାଚ୍ୟୁ

Ratnamani Maharana

ମହାବଳୀପୁରମରେ ଦୁଇ ମହାବଳୀ, ମୋଦି ଓ ଜିନପିଙ୍ଗ

Ratnamani Maharana