• Home
  • News
  • କୋଟିଏ ଟଙ୍କା ପାଇଁ ଭାଙ୍ଗିଗଲା ବାହାଘର ! ବେଦୀକୁ ଆସିଲାନି ବର
News

କୋଟିଏ ଟଙ୍କା ପାଇଁ ଭାଙ୍ଗିଗଲା ବାହାଘର ! ବେଦୀକୁ ଆସିଲାନି ବର

ଅନୁଗୁଳରେ ଏକ ବିବାହ ଘର ଭାଙ୍ଗିଯିବା ଚର୍ଚ୍ଚାର ବିଷୟ ହୋଇଛି ।ବେଦୀକୁ ଆସିଲାନି ବର । କୋଟିଏ ଟଙ୍କା ପାଇଁ  ଭାଙ୍ଗିଗଲା ବାହାଘର । ଥାନାରେ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମଙ୍ଗୁଳା କନିଆ ।  ସାଜସଜ୍ଜାରେ ଚମକୁ ଥିଲା ମଣ୍ଡପ ।  କନ୍ୟା  ବେଶରେ ସଜେଇ ହୋଇ ବର ଅପେକ୍ଷାରେ ଥିଲା ମଙ୍ଗୁଳା ଝିଅ । ବରଯାତ୍ରୀ ବି  ବାହାରିପଡିଥିଲା ।  ଆଉ କିଛି ସମୟ ପରେ ହୋଇଥାନ୍ତା ବାହାଘର ।

କିନ୍ତୁ ସବୁକିଛି  ଏପଟସେପଟ ହୋଇଯାଇଥିଲା ।  ଖବର ଅନୁଯାୟୀ ,  ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଂଚଳର ଯୁବତୀଙ୍କ ସହ  ଅନୁଗୁଳର ଶାନ୍ତି ସ୍ୱରୂପଙ୍କ ସହ ବାହାଘର ଠିକ୍ ହୋଇଥିଲା ।  ଉଭେୟ ସଫଟୱେର ଇଞ୍ଜିନିୟର ଭାବେ କାମ କରନ୍ତି  ।  ଗତ ୨୧ ତାରିଖରେ ଏକ ହୋଟେଲରେ ଉଭୟଙ୍କ ନିର୍ବନ୍ଧ  ହୋଇଥିଲା  ଝିଅଘର ଲୋକେ ଶାନ୍ତିସ୍ୱରୂପଙ୍କୁ ୨୦ ଲକ୍ଷ ଦେଇଥିଲେ ।  କିନ୍ତୁ ଶାନ୍ତିସ୍ୱରୂପଙ୍କ ପରିବାର ଲୋକେ ଯୌତୁକ ବାବଦରେ ୧ କୋଟି ଟଙ୍କା ଦାବି କରିଥିଲେ ।  ଫଳରେ ବାହାଘର ଭାଙ୍ଗିଯାଇଛି । ମଙ୍ଗୁଳା କନିଆର ଏତଲାକୁ ଭିତିକରି  ତଦନ୍ତ ଚାଲିଛି ।

ଯୌତୁକ ଭଳି ଘୃଣ୍ୟ ପ୍ରଥା ଏବେ ବି ଆମ  ସମାଜରେ ରହିଛି  । ମଣିଷ ଯେତେ ଶିକ୍ଷିତ, ସଭ୍ୟ ହେଉଛି  ସେତିକି ବଶବର୍ତୀ ହେଉଛି  ଅର୍ଥର । ଯାହାକୁ ନେଇ ବେଦିରୁ ଉଠିଯାଇଛି କନ୍ୟା । ଏହାକୁ ନେଇ  ଅନୁଗୁଳରେ ଆଲୋଚନା ଜୋର ହେଉଛି । ଟଙ୍କା ପାଇଁ  ମଣିଷ କେତେ ତଳକୁ ଯାଇପାରେ  ତାର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି  ଅନୁଗୁଳରେ ।

କୋଟିଏ ଟଙ୍କା ପାଇଁ  ଭାଙ୍ଗିଗଲା ବାହାଘର ! ବେଦୀକୁ ଆସିଲାନି ବର Wedding cancelled

ପଢନ୍ତୁ ;

ଆସନ୍ତା ବଜେଟରେ ଅରୁଣ ଜେଟଲୀ ଦେଶକୁ ଦେଇପାରନ୍ତି ଏକ ବଡ଼ ଉପହାର

 

Related posts

ବାରାଣସୀରେ ପ୍ରମୁଖ ବିକାଶୋନ୍ମୁଖୀ ପ୍ରକଳ୍ପଗୁଡିକକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Krishna Kumar Manoj

ସାରଥୀଙ୍କ ଜାମିନ ଆବେଦନ ଖାରଜ !

ମରାଠାଙ୍କ ପାଇଁ ସଂରକ୍ଷଣ ଦାବି:ଜାଳିଦେଲେ ୪୦ ବସ୍

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More