News

ହ୍ୱାଟ୍ସଆପ୍‍ ମାଧ୍ୟମରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

married

ହାଇଦ୍ରାବାଦର ୨୯ବର୍ଷିୟା ଜନୈକା ମହିଳା ୬୨ବର୍ଷିୟ ଜନୈକ ଓମାନ ନାଗରିକଙ୍କୁ ବିବାହ କରିବା ପରେ ଏବେ ହ୍ୱାଟ୍ସଆପ୍‍ ମାଧ୍ୟମରେ ତଲାକ୍‍ ମେସେଜ ପାଇଛନ୍ତି। ପୀଡ଼ିତା ମେ’ ୨୦୧୭ରେ ଓମାନ ନାଗରିକଙ୍କୁ ବିବାହ କରିବା ପରେ ତାଙ୍କ ସହ ଓମାନ ଯାଇଥିଲେ। ତେବେ ଓମାନ ପହ୍ନାଚିବା ପରେ ବୃଦ୍ଧ ସ୍ୱାମୀଙ୍କ ପ୍ରକୃତିରେ ଦେଖାଦେଇଥିଲା ପରିବର୍ତ୍ତନ।

married

୨୦୧୭ ମେ’ରେ ବିବାହ ପରେ ଯୁବତୀଙ୍କୁ ସେଠ୍‌ ଓମାନରେ ଏକ ବର୍ଷ ରଖିଥିଲେ। ପରେ ସେମାନଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା। ତେବେ ଶାରୀରିକ ଅସୁସ୍ଥତା ଯୋଗୁ ତା’ର ମୃତ୍ୟୁ ଘଟିଥିଲା। ଓମାନ ସେଠ୍‌ ଯୁବତୀଙ୍କୁ ୨୦୧୮ ଜୁଲାଇରେ ହାଇଦ୍ରାବାଦ୍‌କୁ ପଠାଇଥିଲେ। ପରେ ସେଠ୍‌ ଜଣକ ହ୍ବାଟସ୍‌ଆପ୍‌ରେ ଯୁବତୀଙ୍କୁ ତିନି ତଲାକ୍‌ ଦେଇଥିଲେ।

ଏହା ପରଠାରୁ ମହିଳାଙ୍କ ଫୋନର କୌଣସି ଉତ୍ତର ଦେଉନାହାନ୍ତି ଓମାନରେ ଥିବା ସ୍ୱାମୀ। ଅସହାୟ ମହିଳା ଜଣକ ଶେଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହଯୋଗ ଲୋଡିଛନ୍ତି।

ପଢନ୍ତୁ;ଆଜିଠୁ ବର୍ଷା ଆରମ୍ଭ,କାଲିଠୁ ଅବପାତ ରୂପ ନେବ ଲଘୁଚାପ

Related posts

ମାଛର ଦାମ ୫ ଲକ୍ଷ ଟଙ୍କା,ବଦଳିଲା ଦୁଇ ମତ୍ସ୍ୟଜୀବୀ ଭାଇଙ୍କ ଭାଗ୍ୟ

ENO Beuro

ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ବନ୍ଦ କରିବାକୁ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଧମକ

Ratnamani Moharana

ହେବାକୁ ଯାଉଛି ବିଶ୍ଵର ସବୁଠୁ ମହଙ୍ଗା ଛାଡପତ୍ର: ଅଲଗା ହେବେ ବେଜୋସ ଦମ୍ପତି

Ratnamani Moharana

Leave a Comment