News

ସହିଦଙ୍କ ମରଶରୀରରେ ବିଜେଡି ପତାକା ଢଙ୍କାଯିବା ଘଟଣାରେ ନୂଆ ମୋଡ

Td

ପୁଲୱାମାରେ ଆତଙ୍କବାଦୀଙ୍କ ଆଇଇଡି ବ୍ଲାଷ୍ଟରେ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥୀବ ଶରୀରରେ ବିଜୁ ଜନତା ଦଳର ପତାକା ପକାଯିବା ନେଇ ତେଜିଛି ରାଜନୀତି । ଏହି ଘଟଣାକୁ ବିଜେପି ପକ୍ଷରୁ କଡା ନିନ୍ଦା କରାଯାଇଛି । ପୁଲୱାମା ସହିଦଙ୍କ ଦାଦାଙ୍କୁ ବି ବିଜେଡି ନେତା ଅପମାନିତ କରିଥିଲା ବୋଲି ଅଭିଯୋଗ କରିଛି ବିଜେପି। ତେବେ ଏନେଇ ମୁହଁ ଖୋଲିଛନ୍ତି ସହିଦ ଅଜିତଙ୍କ ପିଉସୀ ପୁଅ ତଥା ବଡ଼ ଭାଇ ପରମେଶ୍ୱର ସାହୁ

ପରମେଶ୍ଵରଙ୍କ କହିବାନୁଯାଇ, “ଭୁବନେଶ୍ୱର ସ୍ଥିତ ୧୨୦ ବାଟାଲିୟାନରୁ ଆମେ ମରଶରୀରକୁ ନେଇ ଆସୁଥିବା ବେଳେ ଖୁଣ୍ଟୁଣୀ ନିକଟରେ କିଛି ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ। ସେମାନେ ଫୁଲତୋଡ଼ା ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଥିବା ବେଳେ ମରଶରୀର ଉପରେ ଦଳୀୟ ପତାକା ପକାଇ ଦେଇଥିଲେ।” ସେ ଆହୁରି କହିଛନ୍ତି,“ ତ୍ରିରଙ୍ଗା ଉପରେ ଦଳୀୟ ପତାକା ପଡ଼ିବା ଠିକ୍‌ ନୁହେଁ ବୋଲି ମୋର ମନେ ହେଲା। ମୋତେ ଏହା ଭଲ ନଲାଗିବାରୁ, ମୁଁ ସଙ୍ଗେ ସଙ୍ଗେ ଏହାକୁ କାଢ଼ି ଦେଇଥିଲି। ତେବେ ତା’ ଭିତରେ କେହି ଫଟୋ ଉଠାଇ ସୋଶାଲ୍‌ ମିଡିଆରେ ଛାଡ଼ି ଦେଇଥିଲେ ଓ ଏହା ଭାଇରାଲ୍ ହୋଇଯାଇଥିଲା।” ମୋ ଭାଇ ଦେଶ ପାଇଁ ସହିଦ ହୋଇଛି, କୌଣସି ଦଳ ପାଇଁ ସହିଦ ହୋଇନାହିଁ। ମୁଁ ଭାଇଭଉଣୀମାନଙ୍କୁ ଅନୁରୋଧ କରୁଛି, ସୋଶାଲ ମିଡିଆରେ ଏହାକୁ ଭାଇରାଲ୍ କରନ୍ତୁ ନାହିଁ। କାମାକ୍ଷାନଗର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଏହି ଘଟଣାକୁ ନେଇ ରାଜନୀତି କରା ନଯାଉ।”
ପଢନ୍ତୁ: ବିଶ୍ବର ସବୁଠୁ ଶକ୍ତିଶାଳୀ ବ୍ୟକ୍ତିର ଆଖ୍ୟା ପାଇଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Related posts

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପୁରିଲା ୧୦ ବର୍ଷ

ENO Beuro

ପୋଲିସ କମିଶନରେଟଙ୍କ ନିଷ୍ପତି:ଚାନ୍ଦା ଜୁଲମ କଲେ ବନ୍ଧା ହେବ

ENO Beuro

ସକାଳୁ ଖୋଲିଲାନି ଶ୍ରୀମନ୍ଦିର,ମହାପ୍ରଭୁଙ୍କ ଦର୍ଶନ ନ ପାଇ ଭକ୍ତ ନିରାଶ

ENO Beuro

Leave a Comment