News

ବିଷାକ୍ତ ଛତୁ ଖାଇ ୨ ମୃତ, ୨ ଗୁରୁତର

ଛତୁ ନେଲା ଜୀବନ। ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କଇଁଫୁଲିଆ ଗାଁରେ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ଦିଅର ଭୂଦାନ ହେମ୍ରମ ଓ ତାଙ୍କ ଭାଉଜ ଲକ୍ଷ୍ମୀ ହେମ୍ରମ୍ । ଲକ୍ଷ୍ମୀଙ୍କ ସ୍ୱାମୀ ବାସ ହେମ୍ରମଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ପରିବାରର ସମସ୍ତ ସଦସ୍ୟ ଛତୁ ତରକାରୀ ଖାଇଥିଲେ । ଏହାପରେ ଦେହ ଖରାପ ହେବା ସହ ଝାଡାବାନ୍ତି ହୋଇଥିଲା । ସମସ୍ତଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

mashrum ବିଷାକ୍ତ ଛତୁ ବିଷାକ୍ତ ଛତୁ ଖାଇ ୨ ମୃତ, ୨ ଗୁରୁତର mashrum

ଏକ ସ୍ୱତନ୍ତ୍ର ଚିକିତ୍ସକ ଦଳ ବାରିପଦାରୁ କଇଁଫୁଲିଆ ଗ୍ରାମକୁ ଯାଇ ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରୁଛନ୍ତି। ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଛଦ ପାଇଁ ପଠାଇଛି।

ପଢନ୍ତୁ;ଡାକ୍ତରଖାନାରେ ଓଲିଉଡର କମେଡି କିଙ୍ଗ ଜୟୀରାମ ସାମଲ

Related posts

ମୁଖ୍ୟମନ୍ତ୍ରୀ: ଅକ୍ଟୋବର ୨ରୁ ଓଡ଼ିଶାରେ ନିଷିଦ୍ଧ ହେବ ପ୍ଲାଷ୍ଟିକ

ENO Beuro

ଏମ୍ସରେ ଭର୍ତ୍ତି ହେଲେ ଅର୍ଥମନ୍ତ୍ରୀ ଜେଟଲୀ!

ENO Beuro

ବର୍ଷା ଲାଗିରହିବ, ପବନର ବେଗ ବଢିବା ସହ ଆସନ୍ତା ୩୬ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More