News

ଚୀନ ବିରୋଧ ନକଲେ ଅନ୍ତଃରାଷ୍ଟ୍ରୀୟ ଆତଙ୍କୀ ଘୋଷିତ ହୋଇପାରେ ମସୁଦ ଆଜହର

masood

ଜମ୍ମୁର ପୁଲୱାମା ଜିଲ୍ଲାରେ ଗତ ଫେବୃୟାରୀ ୧୪ ଆତଙ୍କି ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମାସୁଦ ଆଜହରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଭାରତର ପ୍ରସ୍ତାବ ଉପରେ ୟୁଏନଏସସି (ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ)ରେ ଆଲୋଚନା ହେବ । ୟୁଏନଏସସିର ବୈଠକ ଆଜି ଭାରତୀୟ ସମୟ ଅନୁସାରେ ରାତି ୧ଟା ୩୦ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ମୁଖ୍ୟ ମସୁଦ ଆଝାହରର ପୁଲଓ୍ଵାମା ଆକ୍ରମଣରେ ୪୪ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ଫ୍ରାନ୍ସ, ବିଟ୍ରେନ୍‌ ଓ ଆମେରିକା ମସୁଦ ଆଝାହରକୁ ଅନ୍ତଃରାଷ୍ଟ୍ରୀୟ ଆତଙ୍କୀ ଘୋଷିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବ ଉପରେ ଏଯାବତ୍‌ ଚୀନ କୌଣସି ଆପତ୍ତି କରି ନାହିଁ।ତେବେ ଏଥିରେ ଚୀନ ବାଧା ସୃଷ୍ଟି କରୁଛି।

ଇତିମଧ୍ୟରେ ଚୀନ ଉଦ୍ଦେଶ୍ୟରେ ଆମେରିକା କହିଛି ଯେ ଶାନ୍ତି ପାଇଁ ଆଝାରଙ୍କୁ ଆତଙ୍କବାଦୀ ଘୋଷଣା କରିବାର ଆବଶ୍ୟକତା ରହିଛି। ଏହା ନହେଲେ ବିଶ୍ୱ ଶାନ୍ତି ମିଶନ ଅସଫଳ ହେବାର ଆଶଙ୍କା ରହିଥିବା କହିଛି ଆମେରିକା।

ପଢନ୍ତୁ; ରିଲିଜ ହେଲା ‘କଳଙ୍କ’ର ଟିଜର

Related posts

ସରକାରୀ ହସ୍ପିଟାଲରେ ଭୟାବୟ ଅଗ୍ନିକାଣ୍ଡ,୬ ମୃତ ୧୪୭ ଆହତ

ENO Beuro

କାନପୁର : ଲୁଗା ବ୍ୟବସାୟୀଙ୍କ ଠାରୁ ୯୬ କୋଟିର ଅଚଳ ନୋଟ ଜବତ

ENO Beuro

କୋର୍ଟରେ ବିଚାରପତିମାନଙ୍କୁ ସମ୍ବୋଧନ ହେବନି ‘ମାଇ ଲର୍ଡ’ କିମ୍ବା ‘ୟୋର ଲର୍ଡ ସିପ’

Ratnamani Moharana

Leave a Comment