Loading...

ୟୁକ୍ରେନର ମାରିଆପୁଲରେ ଗଣକବର ଦେଉଛନ୍ତି ୟୁକ୍ରେନବାସୀ

ୟୁକ୍ରେନର ମାରିଆପୁଲରେ ଗଣକବର ଦେଉଛନ୍ତି ୟୁକ୍ରେନବାସୀ

ଦୀର୍ଘ ୧୬ ଦିନ ଧରି ଋଷର ଲଗାତାର ଆକ୍ରମଣ ଫଳରେ ୟୁକ୍ରେନର ଅନେକ ବଡ ବଡ ସହର ଧ୍ୱଂସ ପାଇଛି । ଆକ୍ରମଣରେ ୟୁକ୍ରେନ ସୈନିକଙ୍କ ସହିତ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ମୃତକଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ, ଯୁଦ୍ଧ ସଙ୍କଟ ମଧ୍ୟରେ ସମସ୍ତଙ୍କୁ ଅଲଗା ଅଲଗା ସ୍ଥାନରେ କବର ଦେବା ମଧ୍ୟ ସମ୍ଭବ ହେଉନାହିଁ ।

ଦୀର୍ଘ ୧୬ ଦିନ ଧରି ଋଷର ଲଗାତାର ଆକ୍ରମଣ ଫଳରେ ୟୁକ୍ରେନର ଅନେକ ବଡ ବଡ ସହର ଧ୍ୱଂସ ପାଇଛି । ଆକ୍ରମଣରେ ୟୁକ୍ରେନ ସୈନିକଙ୍କ ସହିତ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ମୃତକଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ, ଯୁଦ୍ଧ ସଙ୍କଟ ମଧ୍ୟରେ ସମସ୍ତଙ୍କୁ ଅଲଗା ଅଲଗା ସ୍ଥାନରେ କବର ଦେବା ମଧ୍ୟ ସମ୍ଭବ ହେଉନାହିଁ । ଯୁଦ୍ଧରେ ସବୁଠୁ ବେଶୀ ପ୍ରଭାବିତ ବନ୍ଦର ସହର ମାରିଆପୁଲର ଗଳିକନ୍ଦିରୁ ଆରମ୍ଭ କରି ଘରେ ଘରେ ମୃତଦେହ ପଡିଥିବା ଦେଖିବାକୁ ମିଳୁଛି । ଫଳରେ ବାଧ୍ୟ ହୋଇ ମୃତକଙ୍କୁ ଗୋଟିଏ ଜାଗାରେ ପୋତିଦେବାକୁ ବାଧ୍ୟ ହେଉଛି ସ୍ଥାନୀୟ ପ୍ରଶାସନ ବା ମୃତକଙ୍କ ସମ୍ପର୍କୀୟ ।ମାରିଆପୁଲରେ ମୃତକଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ, କବରସ୍ଥାନରେ ପୋତିବା ପାଇଁ ସ୍ଥାନ ଅଭାବ ହେଉଛି । ଗୁଳିଗୋଳା ବର୍ଷଣ ମଧ୍ୟରେ ଶବ ପୋତିବା ସୁରକ୍ଷିତ ହେଉନଥିବାରୁ ଅଧିକାରୀମାନେ ସାମୁହିକ ଭାବେ ଶବଗୁଡିକୁ ଗୋଟିଏ ସ୍ଥାନରେ କବର ଦେଉଛନ୍ତି । ନ୍ୟୁଜ୍ ଏଜେନ୍ସି ଏପି ରିପୋର୍ଟ ମୁତାବକ, ମାରିଆପୁଲ ସହର ମଧ୍ୟରେ ଥିବା ଏକ ପୁରୁଣା କବରସ୍ଥାନରେ ୨୫ ମିଟର ଲମ୍ବର ଗାତ ଖୋଳାଯାଇ ଶବଘର ଏବଂ ସହରର ଭିନ୍ନ ସ୍ଥାନରେ ପଡିଥିବା ଶବକୁ ଆଣି ନଗର ସେବା ସାମାଜିକ କର୍ମକର୍ତ୍ତା ଏକାଠି ପୋତୁଛନ୍ତି । କେବଳ ଏତିକି ନୁହେଁ ସହରର ରାସ୍ତା ଉପରେ ମୃତଦେହକୁ କୁକୁର ଘୋଷାଡି ଖାଉଥିବାର ଖବର ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏସବୁ ଖବର ସାରା ବିଶ୍ୱ ସମୁଦାୟକୁ ବ୍ୟଥିତ କରିଥିଲେ ବି ଋଷ କିନ୍ତୁ ଯୁଦ୍ଧରୁ ଓହରୁନାହିଁ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.