News

ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ହେମାମାଳିନୀ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ‘ସବକା ସାଥ, ସବକା ବିକାଶ’ କାର୍ଯ୍ୟକ୍ରମ ଅବସରରେ ଲୋକମାନଙ୍କ ସହ ଯୋଗାଯୋଗ କରିବା ପାଇଁ ହେମା ମାଳିନୀ ମିଠୋଲି ଗାଁକୁ ଯାଇଥିଲେ

ଅଳ୍ପକେ ବର୍ତ୍ତିଗଲେ ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ । ଗତକାଳି ଉତ୍ତରପ୍ରଦେଶରରେ ହୋଇଥିବା କାଳବୈଶାଖୀର ତାଣ୍ଡବର ସେ ମଧ୍ୟ ଶିକାର ହୋଇଛନ୍ତି । ବିଜେପି ସାଂସଦ ରହିଥିବା ହେମା ମାଳିନୀ ୪ଦିନ ମଥୁରା ଗସ୍ତରେ ଆସିଛନ୍ତି । ଗତକାଲି ସେ ମଥୁରା ମଟ୍ଟ ତହସିଲ୍‌ର ମିଠୋଲି ଗାଁରେ ଗଣଯୋଗାଯୋଗ କାର୍ଯ୍ୟକ୍ରମ ପାଇଁ ପହଞ୍ଚିଥିଲେ ।

କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ପ୍ରବଳ ବେଗରେ ଝଡ଼ ତୋଫାନ ଆରମ୍ଭ ହୋଇଗଲା । କାରରେ ଫେରୁଥିବା ସମୟରେ ହଠାତ୍‌ ଏକ ବିଶାଳ ଗଛ ହେମା ମାଳିନୀଙ୍କ ଗାଡି ଆଗରେ ଟଳିପଡିଲା । ଗାଡିରୁ ଗଛର ଦୂରତା ଖୁବ୍‌ କମ୍ ଥିଲା । ଯଦି ଗାଡିର ବେଗ ଆଉ ଟିକେ ଅଧିକ ଥାନ୍ତା ତେବେ ଗଛଟି ଗାଡି ଉପରେ ପଡିବାର ସମ୍ଭାବନା ଥିଲା ।

କିନ୍ତୁ ପୂର୍ବରୁ ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ହେମାଙ୍କ ଡ୍ରାଇଭର ଜଣଙ୍କ ଗାଡିକୁ ବେଶ୍ ସାବଧାନତାର ସହ ଚଳାଉଥିଲେ । ଗାଡିଟି ଗଛରେ ଧକ୍କା ହେବାକୁ ଯାଉଥିଲା, ଡ୍ରାଇଭର ଜଣଙ୍କ ବ୍ରେକ୍ ଦବାଇ ଗାଡିକୁ ନିୟନ୍ତ୍ରଣକୁ ନେଇଥିଲେ । ପରେ ସାସଂଦ ସୁରକ୍ଷାକର୍ମୀ ଏବଂ କାର୍ଯ୍ୟକର୍ତ୍ତାମାନେ ଆସି ଗଛଟିକୁ ହଟାଇ ରାସ୍ତା ସଫା କରିଥିଲେ। ଗଛକୁ ହଟାଇବା ମଧ୍ୟରେ ଅଧଘଣ୍ଟା ପର୍ଯ୍ୟନ୍ତ ହେମା ମାଳିନୀଙ୍କୁ ରାସ୍ତା ଉପରେ ବିତାଇବାକୁ ପଡିଲା ।

ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲେ ହେମାମାଳିନୀ ! hemamanili

ପଢନ୍ତୁ ;

ପାଣିପାଗ ବିଭାଗ ପୂର୍ବାନୁମାନ:ଚଳିତବର୍ଷ ଆଗୁଆ ଆସିପାରେ ମୌସୁମୀ

Related posts

ଆଜି ଗୁରୁପ୍ରିୟା ସେତୁ ଉଦଘାଟନ:ପୂରା ହେବ ୩୫ ହଜାର ଲୋକଙ୍କ ୫ ଦଶନ୍ଧିର ସ୍ଵପ୍ନ

Krishna Kumar Manoj

ଆଗକୁ ଆଳୁ ସଙ୍କଟ , ଦର ୪୦ ଛୁଇଁବ

Krishna Kumar Manoj

ସୁରଟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା : ତିନି ଅଭିଯୁକ୍ତ ଗିରଫ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More