EnewsOdia.Com

୧୯ରୁ ମାଟ୍ରିକ୍‌ ପରୀକ୍ଷା, ନୋଡାଲ ସେଣ୍ଟର୍‌କୁ ଗଲା ମାଟ୍ରିକ୍ ପ୍ରଶ୍ନପତ୍ର

ଫେବ୍ରୁଆରି ୧୯ରୁ ମାଟ୍ରିକ୍‌ ପରୀକ୍ଷା। ହାତରେ ଆଉ କମ୍‌ ସମୟ ବାକି ଥିବା ବେଳେ ପରୀକ୍ଷାର ସୁପରିଚାଳନା ତଥା ତଦାରଖ ପାଇଁ ସ୍କ୍ବାଡ୍‌ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି। ଏଥର ଫ୍ଲାଇଙ୍ଗ୍‌ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ରେ କଲେଜ ଅଧ୍ୟାପକ, ରିଡରମାନଙ୍କୁ ସାମିଲ କରାଯିବ। ସେମାନେ ମାଟ୍ରିକ୍‌ ପରୀକ୍ଷାର ତଦାରଖ ଲାଗି ସ୍କ୍ବାଡ୍‌ରେ ସାମିଲ ହୋଇ ବିଭିନ୍ନ କଲେଜ ଗସ୍ତ କରିବେ। କପି ରୋକିବା, ସିସିଟିଭି ଯାଞ୍ଚ, ପରୀକ୍ଷା ପରିଚାଳନା ଆଦି ବିଷୟରେ ଯାଞ୍ଚ କରିବେ। ପରୀକ୍ଷାର ପ୍ରଶ୍ନପତ୍ର ସୋମବାର ଅପରାହ୍‌ଣରୁ ନୋଡାଲ ସେଣ୍ଟର୍‌କୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ଭବାନୀପାଟଣା, କୋରାପୁଟ, ନୂଆପଡ଼ା, ବାଲେଶ୍ବର ଅଞ୍ଚଳରେ ଥିବା ନୋଡାଲ ସେଣ୍ଟରକୁ ସୁରକ୍ଷା ବଳୟ ମଧ୍ୟରେ ୪ଟି ଗାଡ଼ିରେ ପ୍ରଶ୍ନପତ୍ର ପଠାଯାଇଥିବା ସୂଚନା ମିଳିଛି। ବୋର୍ଡ ସଭାପତି ରାମାଶିଷ ହାଜରା ନଡ଼ିଆ ବାଡେଇ ପ୍ରଶ୍ନପତ୍ର ଗାଡ଼ି ଯାତ୍ରାର ଉଦ୍‌ଘାଟନ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ମାଟ୍ରିକ୍‌ର ପ୍ରଥମ ତିନିଟି ବିଷୟ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ପଠାଯିବ। ଆସନ୍ତା ସାତଦିନ ମଧ‌୍ୟରେ ସମସ୍ତ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ବୋର୍ଡ ପକ୍ଷରୁ ଯୋଜନା ପ୍ରସ୍ତୁତି ହୋଇଛି। ପ୍ରଶ୍ନପତ୍ର ପହଞ୍ଚିବା ପରେ ନୋଡାଲ ସେଣ୍ଟରରେ ୨୪ଘଣ୍ଟିଆ ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ରଖାଯିବାର ବ୍ୟବସ୍ଥା ହୋଇଛି। ପୂର୍ବବର୍ଷରେ‌ ନୋଡାଲ ସେଣ୍ଟର୍‌ରୁ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବଦିନ କେନ୍ଦ୍ରକୁ ପଠାଯାଉଥିବା ବେଳେ ଚଳିତବର୍ଷ ଏଥିରେ ପରିବର୍ତ୍ତନ କରାଯାଇଛି। ଏବର୍ଷ ପରୀକ୍ଷା ଦିନ ସକାଳୁ ସକାଳୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବା ବ୍ୟବସ୍ଥା ହୋଇଥିବା ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ‌ଦେଇଛନ୍ତି।

ପଢନ୍ତୁ: ପୁରୀରେ ବାଲୁକଳା ମାଧ୍ୟମରେ କରୋନା ଭାଇରସକୁ ନେଇ ଜନସଚେତନତା

ସମ୍ବନ୍ଧିତ ଖବର

ବିଜେଡ଼ି ରାଲି ପାଇଁ ରାଜ୍ୟ ପୁଲିସକୁ ହାଇକୋର୍ଟର ଜବାବତଲବ

Ratnamani Maharana

ଭାରତୀୟ ବିମାନକୁ ଉହାନ ଯିବାକୁ ଅନୁମତି ଦେଉନି ଚୀନ

Ratnamani Maharana

ପ୍ଲାଷ୍ଟିକ ବଦଳରେ ପେଟପୂରା ଆହାର

Ratnamani Maharana

ଜେଏନ୍‌ୟୁରେ ଫି’ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ

Ratnamani Maharana

କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

Ratnamani Maharana

୨୮ ଓ ୨୯ରେ ଓଡ଼ିଶାକୁ ଭିଜାଇବ ବର୍ଷା

Ratnamani Maharana