Loading...

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନ ହେଲେ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟାନ: ସମୀର ଦାସ

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ନ ହେଲେ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ମୂଲ୍ୟାୟାନ: ସମୀର ଦାସ

ରାଜ୍ୟରେ ଆସନ୍ତା ଜାନୁଆରୀ ୫ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ ପରୀକ୍ଷା ହେବ । ଯଦି ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ନହୁଏ, ଏହି ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ ।

ଆସନ୍ତା ଜାନୁଆରୀ ୫ ତାରିଖରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସେସମେଣ୍ଟ ପରୀକ୍ଷା ହେବ। ଯଦି ମାର୍ଚ୍ଚରେ ପରୀକ୍ଷା ନ ହୁଏ, ଏହି ଆସେସମେଣ୍ଟ ମାର୍କ ଆଧାରରେ ମାର୍କିଂ କରାଯିବ। କୋଭିଡ ନିୟମ ମାନି ପରୀକ୍ଷା ହେବ। ଯେଉଁ ପର୍ଯ୍ୟନ୍ତ କୋର୍ସ ପଢ଼ାଯାଇଛି, ସେତିକି ଯାଏଁ ପରୀକ୍ଷା ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ସ୍କୁଲ ପାଇଁ ଆଲର୍ଟ ଜାରି ଅଛି । ସର୍ଭିଲାନ୍ସ ଚାଲିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ନୋଡାଲ ଅଫିସର ଦୈନିକ ରିପୋର୍ଟ ନେଉଛନ୍ତି । ଡିଇଓମାନଙ୍କ ସହ ନିୟମିତ ବୈଠକ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ ଅଛି, ତାକୁ କଡ଼ାକଡ଼ି ପାଳନ କରାଯାଉଛି । ସରକାରୀ ବିଦ୍ୟାଳୟରେ କୋଭିଡ୍ ସମସ୍ୟା ସେତେ ଆସିନି। ସ୍ବାସ୍ଥ୍ୟ ବିଭାଗ ନିୟମାବଳୀ ଅନୁସାରେ କାର୍ଯ୍ୟକ୍ରମ ହେଉଛି। ଶୁକ୍ରବାର ଏସଆରସି ଯେଉଁ ଗାଇଡ଼ଲାଇନ କରିଛନ୍ତି, ତାକୁ ସମସ୍ତେ ମାନିବେ । ପ୍ରଥମରୁ ପଞ୍ଚମ ଖୋଲିବା ନେଇ ଏ ଯାଏଁ ନିଷ୍ପତ୍ତି ହୋଇନି ।

ପଢନ୍ତୁ: ସରକାରଙ୍କୁ ସହାୟତା ମାଗୁଛନ୍ତି ମହାଭାରତର ‘ଭୀମ’

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.