News

ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷା ପାଇଁ ବିନା ଜରିମାନାରେ ଫର୍ମ ପୂରଣ ବଢିଲା। ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାର୍ଥୀମାନେ ଡିସେମ୍ବର ୧୫ ତାରିଖ ରାତି ୧୧ଟା ୪୫ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ଫି ଦାଖଲ ଓ ଡିସେମ୍ବର ୧୬ତାରିଖ ମଧୢ ରାତ୍ର ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଫର୍ମ ଦାଖଲ କରିପାରିବେ। ଏହା ପରେ ଫି ଦାଖଲ କରିବା ସମୟ ସୀମା ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

matric

ଅନଲାଇନ୍ ଦେୟ ଦାଖଲରେ ସମସ୍ୟା ଦେଖାଦେଇଥିବାରୁ ସମୟ ସୀମା ବର୍ଦ୍ଧିତ କରାଯାଇଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଫର୍ମପୂରଣ ସମୟସୀମା ବିନା ଜରିମାନାରେ ନଭେମ୍ବର ୨୬ତାରିଖରୁ ଡିସେମ୍ବର ୨୩ ପର୍ଯ୍ୟନ୍ତ ରହିଥିବା ବେଳେ ଜରିମାନା ସହ ଡିସେମ୍ବର ୧୪ରୁ ୧୮ତାରିଖ ପର୍ଯ୍ୟନ୍ତ ରହିଥିଲା।

ପଢନ୍ତୁ; ଆନ୍ଧ୍ର ମୁହାଁ ବାତ୍ୟା, ଓଡିଶାରେ ସାମାନ୍ୟ ବର୍ଷା

Related posts

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ

ENO Beuro

ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ

ENO Beuro

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ : ବାଇକ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More