News

ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା

By Krishna Kumar Manoj

August 31, 2018

ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା। ୨୦୨୦-୨୧ରୁ ମାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ହେବ ପରିବର୍ତ୍ତନ। ଓଏମ୍‌ଆର୍‌ ସିଟ୍ ଓ ମଲ୍ଟିପୁଲ୍‌ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ଢାଞ୍ଚା ଉଠି ୫୦ ମାର୍କର ଅବ୍‌ଜେକ୍‌ଟିଭ୍‌ ଓ ୫୦ ମାର୍କ ସବ୍‌ଜେକ୍ଟିଭ୍ ପ୍ରଶ୍ନ ରହିବ। ଗୁରୁବାର ମାଧ୍ୟମିକ ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନ ଆରା ବେଗମ୍‌ ଏନେଇ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀଙ୍କୁ ଅବ୍‌ଜେକ୍‌ଟିଭ୍‌ରେ ୧୫ ଓ ସବ୍‌ଜେକଟିଭ୍‌ରେ ୧୫ ନମ୍ୱର ରଖିବାକୁ ପଡ଼ିବ।

ସେହିପରି ୨୦୧୯ ବର୍ଷରେ ମଧ୍ୟ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ସାମାନ୍ୟ ବଦଳିବ। ୩ଟି ସେଟ୍ ବଦଳରେ ୪ଟି ସେଟ୍ ପ୍ରଶ୍ନ ପଡ଼ିବ ଓ ୪ଟି ସେଟ୍‌ ପରସ୍ପର ଠୁ ଅଲଗା ହେବ। ମାଟ୍ରିକ ପରୀକ୍ଷାର୍ଥୀ ୫୦ ମାର୍କ ଅବ୍‌ଜେକ୍‌ଟିଭ୍‌ରୁ ୧୫ ଓ ୫୦ ମାର୍କ ସବ୍‌ଜେକଟିଭ୍‌ରୁ ୧୫ ନମ୍ୱର ରଖିବାକୁ ପଡ଼ିବ।

ପଢନ୍ତୁ;କୋର୍ଟରେ ଆତ୍ମସମର୍ପଣ କଲେ ଲାଲୁ ପ୍ରସାଦ ଯାଦବ