Loading...

ସକାଳୁ ସକାଳୁ ପରୀକ୍ଷା ଦେଉଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ

ସକାଳୁ ସକାଳୁ ପରୀକ୍ଷା ଦେଉଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ

ସକାଳ ୮ ଟାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ।

ସକାଳ ୮ ଟାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ। ଏହି ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି।  ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଉଛନ୍ତି। 

ସୂଚନାନୁସାରେ, ମଧ୍ୟମାର ରେଗୁଲାର , ଏକ୍ସ ରେଗୁଲାର ଓପନ୍ ସ୍କୁଲର ପୁରୁଣା , ନୂଆ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ମଧ୍ୟ ସମାନ ରହିବ। ଏଏସ୍ ‌- ଭଳି ଏସ୍ ୨ର ପ୍ରଶ୍ନପତ୍ର ଢ଼ାଞ୍ଚା ସମାନ ରହିବ। ଭୋକେସନାଲ ଟ୍ରେଡ୍ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ନମ୍ବର ପରୀକ୍ଷା କରାଯିବ। ଏଥିରେ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ( ଏମ୍ ସିକ୍ୟୁ ) ପ୍ରଶ୍ନ ଆସିବ ଯାହାର ଉତ୍ତରକୁ ଓଏମ୍ ଆର୍ ସିଟ୍ ରେ ପୂରଣ କରାଯିବ। ଅବଶି ଷ୍ଟ ୩୦ ନମ୍ବର ସବ୍ ଜେକ୍ଟିଭ୍ ପ୍ରଶ୍ନ ଆସିବ ଏହାର ଉତ୍ତର ପ୍ରଶ୍ନପତ୍ର ବୁକ୍ ଲେଟ୍ ରେ ଲେଖିବାକୁ ପଡ଼ିବ। ଗଣିତ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ୍ ସମୟ ମିଳିବ ଅର୍ଥାତ୍ ଗଣିତ ପରୀକ୍ଷା ଅବଧି ୨ଘଣ୍ଟା ୧୫ ମିନିଟ୍ ରହିବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.