26 C
Bhubaneswar
October 1, 2020
EnewsOdia.Com
ନ୍ୟୁଜ୍

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା

ଆସନ୍ତାକାଲିଠାରୁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ମାତୃଭାଷା ପେପର୍ ସହ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ୨ହଜାର ୮୮୮ ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୮୮୧ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ପ୍ରତିଦିନି ସକାଳ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ । ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍‌କୁ ଗୁରୁତ୍ୱର ସହ ନେଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ପ୍ରଶ୍ନ ଓ ଉତ୍ତର ଖାତା ରଖିବା ପାଇଁ ୩୦୭ଟି ନୋଡାଲ୍ ସେଣ୍ଟର କରାଯାଇଥିବା ବେଳେ ୬୧ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି ।

ଏ ବର୍ଷ ନୂଆ ପାର୍ଟନ ପ୍ରଶ୍ନ ପତ୍ରକୁ ନେଇ ମନରେ ଟିକିଏ ଶଙ୍କା ଥିବା ଛାତ୍ରଛାତ୍ରୀ କହିଛନ୍ତି । ସେପଟେ ବୋର୍ଡ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେଉଛି ପ୍ରଶ୍ନପତ୍ର ଭାଇରାଲ୍ ରୋକିବା। ଗତବର୍ଷ ସମସ୍ତ ଉଦ୍ୟମ ପରେ ବି ଅଧିକାଂଶ ପ୍ରଶ୍ନପତ୍ର ପରୀକ୍ଷା ସରିବା ପୂର୍ବରୁ ମୋବାଇଲରୁ ମୋବାଇଲ୍ ଘୁରି ବୁଲିଥିଲା । ଏଥର ଯେପରି ସେମିତି ନହୁଏ ସେଥିପାଇଁ ଅଣ୍ଟା ଭିଡ଼ିଛି ବୋର୍ଡ । ଏଥର ପରୀକ୍ଷା ହଲରେ ହିଁ  ପ୍ରଶ୍ନ ପ୍ୟାକେଟ୍ ଖୋଲାଯିବ। ପ୍ରଶ୍ନପତ୍ର ଖୋଲିବା ବେଳେ ଦୁଇ ପରୀକ୍ଷାର୍ଥୀ ସାକ୍ଷୀ ରହିବେ । ସେମାନଙ୍କ OK ରିପୋର୍ଟ ପରେ ବଣ୍ଟାଯିବ ପ୍ରଶ୍ନପତ୍ର । ଏହାବ୍ୟତୀତ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେବା ଉପରେ ଲଗାଯାଇଛି କଟକଣା ।

ପଢନ୍ତୁ: ଜାପାନ ପାଳିଲା ‘ଉଲଗ୍ନ ଉତ୍ସବ’

Related posts

ଭୁବନେଶ୍ୱର ହୋଟେଲରେ ଦେହ ବ୍ୟବସାୟ

Ratnamani Maharana

କରୋନା ପାଇଁ ଦିଲ୍ଲୀରେ ଅନୁକୂଳ ପାଗ

Ratnamani Maharana

ଟାଟା ହାତରେ ସେସୁ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More