News

ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା : ୬ଲକ୍ଷ ୮ହଜାରରୁ ଅଧିକ ପରୀକ୍ଷାର୍ଥୀ

ଦିନକ ପରେ ମାଟ୍ରିକ ପରୀକ୍ଷା ଆରମ୍ଭ

ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦର ପ୍ରସ୍ତୁତି ଜାରି ରହିଛି। ରାଜ୍ୟର ମୋଟ ୬ଲକ୍ଷ ୮ହଜାର ୫୩ ଜଣ ପରୀକ୍ଷାର୍ଥୀ ୨୮୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ମାଟ୍ରିକ୍‌ (ରେଗୁଲାର ଓ ଏକ୍ସରେଗୁଲାର)ରେ ୫ଲକ୍ଷ ୯୦ହଜାର ୩୬୦ଜଣ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୧୩ ହଜାର ୯୭୮ଜଣ ଓ ମଧ୍ୟମା ପରୀକ୍ଷା ପାଇଁ ୩ହଜାର ୭୧୫ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି। ମାଟ୍ରିକ୍‌ ପରୀକ୍ଷା ପାଇଁ ୨୬୭୦ଟି, ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ୧୦୧ଟି ଓ ମଧ୍ୟମା ପାଇଁ ୪୭ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ହୋଇଛି।

ଏହା ସହ ଅନୁଗୁଳ ଜେଲ୍‌ରେ ଜଣେ ଓ ଚୌଦ୍ୱାର ଜେଲ୍‌ରେ ୫ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇଟି ଉପକେନ୍ଦ୍ର ପ୍ରସ୍ତୁତ କରାଯାଇଛି । ପ୍ରଶ୍ନପତ୍ର ସୁରକ୍ଷା ପାଇଁ ୩୦୨ଟି ନୋଡାଲ୍‌ ସେଣ୍ଟର ସ୍ଥିର ହୋଇଛି । ସେଥିମଧ୍ୟରେ ରହିଛି ୨୩ଟି ଥାନା । ସମ୍ବେଦନଶୀଳ ଜିଲ୍ଲା ଭାବେ ପରିଗଣିତ କନ୍ଧମାଳରେ ୭ଟି, କୋରାପୁଟରେ ୩ଟି, ମାଲ୍‌କାନାଗିରିରେ ୧୦ଟି ଓ ରାୟଗଡ଼ାରେ ୩ଟି ଥାନାକୁ ନୋଡାଲ୍‌ ସେଣ୍ଟର କରାଯାଇଛି । ପ୍ରଥମ ପର୍ଯ୍ୟାୟର ପ୍ରଶ୍ନପତ୍ର (ତିନିଟି ଯାକ ଭାଷା ପେପର) ସମସ୍ତ ନୋଡାଲ ସେଣ୍ଟରରେ ପହଞ୍ଚିବା ସହିତ ତାହାକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନୋଡାଲ ସେଣ୍ଟରରେ ଦୁଇ ଜଣ ଶିକ୍ଷକ, ଜଣେ ଶିକ୍ଷା କର୍ମଚାରୀଙ୍କ ସହିତ ସଶସ୍ତ୍ର ପୁଲିସ୍‌ ମୁତୟନ ରହିଛନ୍ତି। ପ୍ରତି ପରୀକ୍ଷାର ପୂର୍ବଦିନ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ଯିବାର ବ୍ୟବସ୍ଥା କରାଯାଇଛି।

ବୋର୍ଡ କାର୍ଯ୍ୟସୂଚୀ ଅନୁଯାୟୀ ମାଟ୍ରିକ(ରେଗୁଲାର/ଏକ୍ସରେଗୁଲାର) ପାଇଁ ଫେବୃଆରୀ ୨୩ରେ ପ୍ରଥମ ଭାଷା(ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ, ତେଲୁଗୁ), ୨୬ରେ ଦ୍ୱିତୀୟ ଭାଷା(ଇଂରାଜୀ, ହିନ୍ଦୀ, ମୂକବଧିରଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା), ୨୮ରେ ତୃତୀୟ ଭାଷା (ହିନ୍ଦୀ, ସଂସ୍କୃତ, ଓଡ଼ିଆ, ପାର୍ସି), ମାର୍ଚ୍ଚ ୩ରେ ଗଣିତ, ମାର୍ଚ୍ଚ ୪ରେ ପ୍ରାକ୍ଟିକାଲ, ୬ରେ ବିଜ୍ଞାନ ଓ ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

ପଢନ୍ତୁ;

ସେଞ୍ଚୁରିଅନ ଟି-୨୦: ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍‌ରେ ଜିତିଲା

Related posts

ଇରାକ-ଇରାନରେ ଭୟଙ୍କର ଭୂମିକମ୍ପ, ୧୩୦ଜଣ ମୃତ୍ୟୁ ହେଇଛି ଓ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା

ENO Beuro

ଇଚ୍ଛାମୃତ୍ୟୁ ମାଗିଲେ ଶ୍ରୀମନ୍ଦିର ସେବାୟତ

ENO Beuro

ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More