News

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍‌-ଅପ୍‌ ସମୟସୀମା ବୃଦ୍ଧି: ମାଧ୍ୟମିକ ଶିକ୍ଷା ପରିଷଦ

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍‌-ଅପ୍‌ ସମୟସୀମା ବୃଦ୍ଧି - ମାଧ୍ୟମିକ ଶିକ୍ଷା ପରିଷଦ

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍‌-ଅପ୍‌ର ଶେଷ ତାରିଖ ଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମୟସୀମା ବୃଦ୍ଧି କରାଯାଇଥିବା ସୂଚନା ମିଳିଛି । ୨୦୧୮ ମାଟ୍ରିକ ପରୀକ୍ଷା ପାଇଁ ବହୁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟରେ ଫର୍ମ ଦାଖଲ କରି ପାରି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବୋର୍ଡ ପକ୍ଷରୁ ଏପରି  ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଛାତ୍ରଛାତ୍ରୀମାନେ ଅନ୍‌ ଲାଇନରେ ନଭେମ୍ବର ୧୮ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦେୟ ଅନ୍‌ ଲାଇନରେ ଜମା କରି ପାରିବେ ଓ ନଭେମ୍ବର ୧୯ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସେମାନଙ୍କ ଫର୍ମ ଅନ୍‌ ଲାଇନରେ ଦାଖଲ କରି ପାରିବେ।

ଛାତ୍ରଛାତ୍ରୀମାନେ ଜରିମାନା ସହିତ ମଧ୍ୟ ଫର୍ମ ପୂରଣ କରିବା ପାଇଁ ସୁଯୋଗ ପାଇବେ। ଏଥି ପାଇଁ ଛାତ୍ରଛାତ୍ରୀ ନଭେମ୍ବର ୨୩ ତାରିଖ ରାତି ୧୧ଟା ୪୫ ମିନିଟ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଦେୟ ଅନ୍‌ ଲାଇନରେ ଜମା କରି ପାରିବେ ଓ  ନଭେମ୍ବର ୨୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସେମାନଙ୍କ ଫର୍ମ ଅନ୍‌ ଲାଇନରେ ଦାଖଲ କରି ପାରିବେ।

ଫର୍ମ ପୂରଣ ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି।

ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲ୍‌-ଅପ୍‌ ସମୟସୀମା ବୃଦ୍ଧି - ମାଧ୍ୟମିକ ଶିକ୍ଷା ପରିଷଦ

 

ପଢନ୍ତୁ, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) କର୍ମଚାରୀଙ୍କ ସଂଖ୍ୟା ହ୍ରାସ, ଆହୁରି ଅଧିକ ହ୍ରାସ ପାଇପାରେ

Related posts

ପ୍ରତିଷ୍ଠା ଦିବସରେ ନବୀନଙ୍କ ପାଲଟା ଆକ୍ରମଣ: ଓଡିଶାବାସୀଙ୍କ ହକ୍ ପାଇଁ ଆନ୍ଦୋଳନ ଜାରି ରହିବ

ENO Beuro

ଦିଲ୍ଲୀଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ “ଏମଭି ଊର୍ଜା” ବା କେପ ସାଇଜ ଭେସେଲ

ENO Beuro

Leave a Comment