29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

ଏ ବର୍ଷ ହେବନି ପ୍ରଶ୍ନପତ୍ର ଲିକ୍

ଗତ କିଛି ବର୍ଷ ହେଲା +୨ ଓ ଦଶମ ଶ୍ରେଣୀ ପରୀକ୍ଷାବେଳେ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଏକ ନିୟମିତ ଘଟଣା ପାଲଟିଯାଇଛି। ପ୍ରତ୍ୟେକ ବର୍ଷ ଏକାଧିକ ବିଷୟର ପ୍ରଶ୍ନପତ୍ର ଭାଇରାଲ୍ ହେଉଥିବାରୁ ଛାତ୍ରଛାତ୍ରୀ ମାନସିକ ଚାପରେ ରହୁଛନ୍ତି। ଏପରିକି ପରୀକ୍ଷା ପରିଚାଳନାରେ ବିଳମ୍ବ ହେବା ସହ ଫଳ ପ୍ରକାଶରେ ବି ବିଳମ୍ବ ହେଉଛି। ତେଣୁ  ଆସନ୍ତା‌ +୨ ଓ ୧୦ମ ଶ୍ରେଣୀ ପରୀକ୍ଷା ବେଳେ ପ୍ରଶ୍ନପତ୍ର ଲିକ୍ ହେବାର ସମ୍ଭାବନା ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଏଥର ପ୍ରତ୍ୟେକ ପ୍ରଶ୍ନପତ୍ରକୁ କୋଡିଂ କରାଯାଇଥିବାରୁ କେଉଁ ପ୍ରଶ୍ନପତ୍ର କେଉଁ ପିଲା ପାଖରୁ ଭାଇରାଲ୍ ହେଲା ତାହା କୋଡିଂରୁ ଜଣାପଡ଼ିଯିବ। ଏଥର ପ୍ରଶ୍ନପତ୍ର ଯେପରି ଲିକ୍ ନହେବ ସେଥିପାଇଁ ବହୁତ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି।

ପରୀକ୍ଷା ସମୟରେ କେଉଁ ପିଲାକୁ କେଉଁ କୋଡ୍‌ ଥିବା ପ୍ରଶ୍ନପତ୍ର ଦିଆଗଲା ତା’ର ରେକର୍ଡ ରହିବ। ଯଦି କୌଣସି ପିଲାର ପ୍ରଶ୍ନପତ୍ରର ନକଲ ଭାଇରାଲ୍ ହେଉଥିବ ତେବେ ସେଥିରେ ‌ଥିବା କୋଡ୍‌କୁ ଦେଖି ପ୍ରଶ୍ନପତ୍ରଟି କେଉଁଠୁ ଭାଇରାଲ୍‌ ହୋଇଛି ଜଣାପଡ଼ିଯିବ। ସେହିପରି ଯଦି କେଉଁଠୁ ପ୍ରଶ୍ନପତ୍ର ଭାଇରାଲ୍ ହେଲା, ଯେଉଁଠୁ ହୋଇଥିବ, ଯାହାର ହୋଇଥିବ ଏବଂ ଯେଉଁ ଅଧିକାରୀଙ୍କ ଅବହେଳାରୁ ହୋଇଥିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପଢନ୍ତୁ: ଫେବ୍ରୁଆରି ୧୧ରେ ହେବ ନିର୍ଭୟା ଶୁଣାଣି

Related posts

ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ କରି ଦୁର୍ବୃତ୍ତ ଫେରାର

Ratnamani Maharana

ଛେଳିକୁ ଥଣ୍ଡାଜ୍ୱର ପାଇଁ ରାଜ୍ୟ ଜନସ୍ବାସ୍ଥ୍ୟ ନିୟନ୍ତ୍ରଣ କକ୍ଷକୁ ଆସୁଛି ଫୋନ୍‌

Ratnamani Maharana

ଆଜିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା, ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More