News

ସୋସିଆଲ ମିଡିଆରେ ଭାଇରାଲ ହେଲା ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର

viral

ମାଟ୍ରିକ ପ୍ରଶ୍ନପତ୍ର ଲିକ

ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜୟପୁର ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ଲିକ୍ ହୋଇଛି ପ୍ରଶ୍ନପତ୍ର। ରିପୋର୍ଟ ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଠାରୁ ମଧ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ସବୁଠାରୁ ଦୁଃଖର ବିଷୟ ଯେ, ପରୀକ୍ଷା ଆରମ୍ଭ ହେବାର ମାତ୍ର ୧୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ବେଳେ ଅଧିକାରୀ ମାନେ ଏବିଷୟରେ ଜାଣିବା ବେଳକୁ ପରୀକ୍ଷା ଶେଷ ହୋଇ ଯାଇଥିଲା। ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପ୍ରାୟ ୫ଲକ୍ଷ ୮୭,୭୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲକୁ ଗଣଶିକ୍ଷା ମନ୍ତ୍ରୀ ଅସ୍ୱୀକାର କରିଥିଲେ ମଧ୍ୟ ବୋର୍ଡ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ଏନେଇ ବୋର୍ଡ ସଭାପତି ଜାହାନ ଆରା ବେଗମ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପରୀକ୍ଷା ଆରମ୍ଭ ହେବା ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । କେଉଁ ପରିସ୍ଥିତିରେ ଭାଇରାଲ ହୋଇଛି ତାହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ପଢନ୍ତୁ; ଆଜିଠୁ ଆରମ୍ଭ ଆଇସିଏସ୍‌ଇ ପରୀକ୍ଷା

Related posts

Odisha Government Announced : Schoolchildren To Get Uniform, Bicycle

ENO Beuro

Elephant Census Report – The Elephant Population In Odisha Has Increased

ENO Beuro

ଆପ୍‌ର ୨୦ଜଣ ବିଧାୟକଙ୍କ ଭାଗ୍ୟ ବିପଦରେ : ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ ଆୟୋଗ

ENO Beuro

Leave a Comment