News

ପ୍ରକାଶ ପାଇଲା ମାଟ୍ରିକ୍ ଫଳ: ବାଜି ମାରିନେଲେ ଝିଅ

T

ପୁଅଙ୍କୁ ପଛରେ ପକାଇଲେ ଝିଅ

ଆଜି ପ୍ରକାଶ ପାଇଛି  ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ। ଚଳିତବର୍ଷ ପାସ ହାର ରହିଛି ୭୦.୭୮ ପ୍ରତିଶତ। ତେବେ ଚଳିତ ବର୍ଷ ବାଜିମାରି ନେଇଯାଇଛନ୍ତି ଝିଅ। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ ହାର ଯଥେଷ୍ଠ ଅଧିକ ରହିଛି। ଚଳିତବର୍ଷ ମୋଟ ୫ ଲକ୍ଷ ୬୨ ହଜାର ୨୧୩ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୭ ହଜାର ୧୨୫ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ତନ୍ମମଧ୍ୟରୁ ଝିଅଙ୍କ ସଂଖ୍ୟା ୨ ଲକ୍ଷ ୫ ହଜାର ୪୭୦ ରହିଥିବାବେଳେ ୧ ଲକ୍ଷ ୯୧ ହଜାର ୬୫୫ ପୁଅ ପାସ୍‌ କରିଛନ୍ତି।

୨୮୯ଟି ହାଇସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିଲାବେଳେ ୮୨ଟି ହାଇସ୍କୁଲରେ କେହି ଜଣେ ବି ପରୀକ୍ଷାର୍ଥୀ ପାସ୍ କରି ନାହାନ୍ତି । ୧୧୮୧ ପରୀକ୍ଷାର୍ଥୀ A-1 ଗ୍ରେଡ୍‌ରେ ପାସ୍‌ କରିଛନ୍ତି । ସେହିଭଳି A-2ରେ ୯୯୩୮ ଓ B-1ରେ ୨୪୯୯୧ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିସହ B2ରେ ୪୬,୩୧୯ , Cରେ ୭୬, ୧୩୯, Dରେ ୧, ୧୬, ୨୬୨ , Eରେ ୧,୨୨,୦୬୭, Fରେ ୧,୬୩,୯୫୪ ପରୀକ୍ଷାର୍ଥୀ ପାସ୍ କରିଛନ୍ତି ।

#Enewsodia

ଦିନ ୧୧ଟାରେ ପରୀକ୍ଷା ଫଳ ବୋର୍ଡ ୱେବସାଇଟ୍ www.bseodisha.ac.in/ www.bseodisha.nic.in ରେ ଉପଲବ୍ଧ ହେବ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନାହିଁ, ସେଠାରେ ପିଲାମାନେ ମୋବାଇଲରେ OR10 ଟାଇପ୍ କରି 5676750 ନମ୍ବରକୁ SMS କଲେ ପରୀକ୍ଷା ଫଳ ଜାଣିପାରିବେ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଡକ୍ଟର ଜାହାନ୍ ଆରା ବେଗମ୍ ସୂଚନା ଦେଇଛନ୍ତି।
ପଢନ୍ତୁ: ଅନୁଭବଙ୍କୁ ହତ୍ୟା ଧମକ ଦେଇ ଗୁଜୁରାଟରୁ ଗିରଫ ହେଲା କାଳିଆ ବାରିକ

Related posts

କୋଲକତାରେ ମାଝେରହାଟ ଫ୍ଲାଏଓଭର ଭୁଶୁଡିବା ଘଟଣା:୨ ବର୍ଷ ପୂର୍ବରୁ ମିଳିଥିଲା ସତର୍କ ସୂଚନା

ENO Beuro

ଆଜି ‘ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ’ ଯୋଜନାର ଶୁଭାରମ୍ଭ କରିବେ ମୋଦୀ

Ratnamani Moharana

ପ୍ରେମିକା ନେଲା ପ୍ରେମିକର ଜୀବନ

ENO Beuro

Leave a Comment