Loading...

ଆଉ ଦୁଇଦିନ ପରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ

ଆଉ ଦୁଇଦିନ ପରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ

ଗୁରୁବାର ଦିନ ୧୦ଟାରେ ବୋର୍ଡ ୱେବ ସାଇଟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି।

ଗୁରୁବାର ଦିନ ୧୦ଟାରେ ବୋର୍ଡ ୱେବ ସାଇଟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି। କଟକ ବୋର୍ଡ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ଗଣଶିକ୍ଷା ବିଭାଗ। ଏନେଇ ଅଧିକ ସୂଚନା ଦେଇ ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି କହିଛନ୍ତି, ଦିନ ୧୨ଟା ସୁଦ୍ଧା ସମସ୍ତେ ମାଟ୍ରିକ୍ ପରୀକ୍ଷା ଫଳ ଜାଣିପାରିବେ। ପିଲାମାନେ ମୋବାଇଲରେ ଏସଏମଏସ କରି ମଧ୍ୟ ଜାଣିପାରିବେ। ୱେବସାଇଟରୁ ବି ଫଳ ଜାଣିପାରିବେ ଛାତ୍ରଛାତ୍ରୀ। www.bseodisha.ac.in ବୋର୍ଡ ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। ଏହାସହିତ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବରକୁ ଟାଇପ କରି 5676750କୁ ପଠାଇଲେ ପରୀକ୍ଷା ଫଳ ଜାଣିହେବ। ଏଥର ୫ ଲକ୍ଷ ୧୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଏଥର ପରୀକ୍ଷାଫଳକୁ ତ୍ରୁଟିଶୂନ୍ୟ କରିବା ଲାଗି ପ୍ରୟାସ କରାଯାଇଛି।

 

ଚଳିତବର୍ଷ ମାଟ୍ରିକ, ମଧ୍ୟମା, ମୁକ୍ତବିଦ୍ୟାଳୟ ପାଇଁ ମୋଟ ୫ଲକ୍ଷ ୪୧ହଜାର ୨୪୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିବା ବେଳେ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.