News

ଆଜିଠୁ ଆରମ୍ଭ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

Untitled 1

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଆଜିଠୁ ଉଭୟ ମାଟ୍ରିକ୍ ସପ୍ଲିମେଣ୍ଟାରୀ   ଓ ଦ୍ବିତୀୟ ରାଜ୍ୟ ମୁକ୍ତ ବିଦ୍ୟାଳୟ  ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ ହେବ । ସପ୍ଲିମେଣ୍ଟାରୀ ପରୀକ୍ଷାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ସିଟି˚ ଓ ଗୋଟିଏ ପ୍ରଶ୍ନପତ୍ର ହୋଇଛି । ଚଳିତ ବର୍ଷ ମୋଟ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ୧୨୨ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୁକ୍ତ ବିଦ୍ୟାଳୟ ପରୀକ୍ଷା ଲାଗି ଆଉ ୫୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ନୋଡାଲ ସେଣ୍ଟର ଭାବେ ବୋର୍ଡ ଚିହ୍ନଟ କରିଛି।

ଆସନ୍ତା ୧୪ ତାରିଖରେ ସପ୍ଲିମେଣ୍ଟାରୀ ପରୀକ୍ଷା ଏବଂ ୧୬ ତାରିଖରେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଶେଷ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି  ସୂଚନା ଦେଇଛନ୍ତି। ତେବେ କପି ରୋକିବା ଓ ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବା ସହ  ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।

ପଢନ୍ତୁ:  ନିରାମିଷ ବଦଳରେ ଆମିଷ ଖାଦ୍ୟ ଦେଇ ଫସିଲା ଜୋମାଟୋ

Related posts

ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ,୨ ପାଇଲଟ ମୃତ

ENO Beuro

ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ

ENO Beuro

ମଝି ଚିଲିକାରେ ଅଟକିଲା ଡଙ୍ଗା,ବର୍ତ୍ତିଲେ ୬୦ ଯାତ୍ରୀ

ENO Beuro

Leave a Comment