News

ପ୍ରକାଶ ପାଇଲା ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

Jglaw

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ମ୍ୟାଟ୍ରିକ୍‌ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟରେ ସଭାପତି ଜାହାନ ଆରା ବେଗମ୍ ରେଜଲ୍ଟ ପ୍ରକାଶ କରିଛନ୍ତି। ଏଥର ପାସ୍ ହାର ୪୩.୬୨ ପ୍ରତିଶତ ରହିଛି। ଓପନ୍ ସ୍କୁଲରେ ପାସ୍ ହାର ୬୩.୪୪ ପ୍ରତିଶତ ରହିଛି। ଚଳିତ ବର୍ଷ ମୋଟ୍‌ ୨୬ହଜାର ୨୦୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ବୋର୍ଡ ୱେବ୍‌ସାଇଟ www.bseodisha.ac.in ଏବଂ www.bseodisha.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଏହି ୱେବ୍‌ସାଇଟ୍‌ରୁ ସେମାନଙ୍କ ଫଳାଫଳ ଜାଣିପାରିବେ।   ସେମାନଙ୍କ ମଧ୍ୟରୁ ୧୧ହଜାର ୪୪୫ଜଣ ପାସ୍‌ କରିଛନ୍ତି।

ଚଳିତବର୍ଷ ୨୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଜୁଲାଇ ୮ରୁ ପରୀକ୍ଷା ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହୋଇଥିଲା। ଜୁଲାଇ ୨୧ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ୨୦ଟି ପରୀକ୍ଷା କେନ୍ଦ୍ରରେ ଖାତା ଦେଖା ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲ୍‌  ଭଳି ଘଟଣା ରୋକିବାକୁ ମୋବାଇଲ୍‌ ଫୋନ୍‌ କଟକଣା ଉପରେ ଅଧିକ ଗୁରୁତ୍ୱ ଦେଇଥିଲା ବୋର୍ଡ।

ପଢନ୍ତୁ: ଆତଙ୍କବାଦୀ ହାଫିଜ ସୟିଦକୁ ମୁକ୍ତ କଲା ପାକିସ୍ତାନ

Related posts

ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

Ratnamani Moharana

ଅଧ୍ୟାଦେଶ ଆଣିପାରନ୍ତି ସରକାର : ନାବାଳିକା ବଳାତ୍କାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ENO Beuro

ଆରପାରିରେ ଜ୍ଞାନପୀଠ ବିଜୟିନୀ ସାହିତ୍ୟିକା କୃଷ୍ଣା ସୋବତୀ

ENO Beuro

Leave a Comment