• Home
  • News
  • ସରିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ,୬ରୁ ଖାତା ଦେଖା
News

ସରିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ,୬ରୁ ଖାତା ଦେଖା

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଶୁକ୍ରବାର ଶେଷ ହୋଇଛି। ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହୋଇଥିବା ସପ୍ଲିମେଣ୍ଟାରି ପରୀକ୍ଷା ଆରମ୍ଭ ହୋଇଥିଲା ।ଏହି ପରୀକ୍ଷା ରାଜ୍ୟର ଶହେଟି କେନ୍ଦ୍ରରେ ହୋଇଥିବା ବେଳେ ପରୀକ୍ଷା ପାଇଁ ୨୬, ୬୪୩ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ। ସପ୍ଲିମେଣ୍ଟାରି ପରୀକ୍ଷାର ବିଭିନ୍ନ ଦିବସରେ କପି କରି ଧରା ପଡ଼ିଥିବା ମୋଟ ୬୯ଜଣ ଛାତ୍ରଛାତ୍ରୀ ମାଲ୍‌ପ୍ରାକ୍ଟିସ୍‌(ଏମ୍‌ପି) ହୋଇଛନ୍ତି।

ଜୁଲାଇ ୬ତାରିଖରୁ ସପ୍ଲିମେଣ୍ଟାରି ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ ହେବ।

କଟକ, ଅନୁଗୁଳ, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଗଞ୍ଜାମ, ସମ୍ବଲପୁର ଓ କୋରାପୁଟ ଜିଲା ଶିକ୍ଷାଧିକାରୀମାନେ ପରୀକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଶିକ୍ଷକମାନଙ୍କ ନିଯୁକ୍ତିପତ୍ରକୁ ଡାଉନ୍‌ଲୋଡ କରି ସେମାନଙ୍କୁ ପ୍ରଦାନ କରିବା ସହିତ ମଲ୍ୟାଙ୍କନ ପୂର୍ବରୁ ସେମାନଙ୍କୁ ରିଲିଭ୍‌ କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ପରୀକ୍ଷକଙ୍କ ନିଯୁକ୍ତିପତ୍ର ବୋର୍ଡ େଓ୍ଵବ୍‌ସାଇଟ୍‌ www.bseodisha.ac.in ରେ ଉପଲବ୍ଧ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

ସରିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ,୬ରୁ ଖାତା ଦେଖା ସରିଲା ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ,୬ରୁ ଖାତା ଦେଖା matric

ପଢନ୍ତୁ; କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ

Related posts

ବର୍ଷା ଲାଗିରହିବ, ପବନର ବେଗ ବଢିବା ସହ ଆସନ୍ତା ୩୬ ଘଂଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Krishna Kumar Manoj

ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଲାଇନ୍ ଚ୍ୟୁତରୁ ବଞ୍ଚିଲା

Krishna Kumar Manoj

ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ “ଶ୍ରେଷ୍ଠ ପ୍ରଶାସକ” ସମ୍ମାନରେ ସମ୍ମାନିତ କରାଯିବ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More