News

ଲାଇଭ୍ ସୋ’ରେ ମହିଳାଙ୍କୁ ପିଟି ମୌଲାନା ଗିରଫ

ଜି ହିନ୍ଦୁସ୍ଥାନ ନ୍ୟୁଜ ଚ୍ୟାନଲରେ ଏକ ବିତର୍କର ସିଧାପ୍ରସାରଣ ସମୟରେ ମୌଲାନା ମୁଫତି ଏଜାଜ୍ ଅରସଦ କସାମୀ ସେଠାରେ ଉପସ୍ଥିତ ମହିଳା ଆଇନଜିବୀ ଉପରେ ହାତ ଉଠାଇଥିଲେ। ଚ୍ୟାନେଲଟି ଲାଇଭ୍ ଥିବାରୁ ସଂପୂର୍ଣ୍ଣ ଘଟଣାଟି ସର୍ବସାଧାରଣକୁ ଆସିଥିଲା। ତେବେ ଘଟଣାସ୍ଥଳରେ ତୁରନ୍ତ ପୁଲିସ ପହଞ୍ଚି ଅଭିଯୁକ୍ତ ମୌଲବୀଙ୍କୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଚ୍ୟାନେଲରେ ଟ୍ରିପଲ୍‌ ତଲାକ୍‌କୁ ନେଇ ବିତର୍କ ଚାଲୁଥିଲା। ବିତର୍କରେ ଫାର୍‌ହା ଫୈଜ୍‌ ଟ୍ରିପ୍‌ଲ ତଲାକ୍‌ ବ୍ୟବସ୍ଥା ବିରୋଧରେ ମତ ଦେଇଥିବା ବେଳେ ଏହାର ସପକ୍ଷରେ ମୌଲାନା ଇଜାଜ୍‌ ଅର୍ସଦ୍‌ ନିଜର ମତ ରଖିଥିଲେ। ତେବେ ସୋ’ ଚାଲିଥିବା ବେଳେ ଏହି ଆଲୋଚନାକୁ ନେଇ ଉଭୟ ମୁହାଁମୁହିଁ ହୋଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ, କେହି କାହାକୁ ଛାଡ଼ିବା ଅବସ୍ଥାରେ ନଥିଲେ। ଉଭୟେ ଉତ୍ୟକ୍ତ ହୋଇ ପରସ୍ପର ମଧ୍ୟରେ ମାରିପିଟ୍ ହୋଇଥିଲେ।

ଉତ୍ତରପ୍ରଦେଶର ସିୟା ସେଣ୍ଟ୍ରାଲ୍ ଅଫ୍ ବୋର୍ଡ଼ର ଅଧକ୍ଷ ସେୟଦ ବସିମ୍ ରିଜବି କହିଛନ୍ତି ମୌଲବୀଙ୍କ ଏହି କାରନାମ ମୁସଲିମ୍ ପର୍ସନାଲ ଲ ବୋର୍ଡ଼ର ବାସ୍ତବିକତା ଜଣାପଡ଼ୁଛି। ଏଥି ସହ ମୌଲବୀଙ୍କର ଏପରି ମହିଳାଙ୍କ ପ୍ରତି ବ୍ୟବହାର ତାଙ୍କୁ ସର୍ବସମ୍ମୁଖରେ ଲଜ୍ଜିତ କରିଛି।

ପଢନ୍ତୁ; ତାମିଲ ଅଭିନେତ୍ରୀ ପ୍ରିୟଙ୍କାଙ୍କ ଆତ୍ମହତ୍ୟା

Related posts

ପରଲୋକରେ ବିନୋଦ ଖନ୍ନାଙ୍କ ପ୍ରଥମ ପତ୍ନୀ ଗୀତାଞ୍ଜଳି

ENO Beuro

7th Pay Commission – Higher Pay Scale For Odisha Govt Employees By Sept

ENO Beuro

ଗୁର୍‌ମିତ ରାମ ରହିମ ସିଂହଙ୍କୁ ୨୦ ବର୍ଷ ଜେଲଦଣ୍ଡାଦେଶ ଓ ୩୦ ଲକ୍ଷ ଟଙ୍କାର ଜରିମାନା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More