News

କଟକରେ ଅଛନ୍ତି ସର୍ବାଧିକ ଭିକାରି

Untitled 1

ଭିକାରୀ  ତାଲିକାରେ ଆଗରେ ଅଛି କଟକ ଜିଲ୍ଲା। ଆଉ ଏହି ତାଲିକର ସବୁଠୁ ତଳେ ରହିଛି ଦେବଗଡ଼ ଜିଲ୍ଲା। ରାଜ୍ୟରେ ୬ହଜାର ୩ଶହ ୯୦ ଭିକାରୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଟକରେ ସର୍ବାଧିକ ୧ହଜାର ୬୦ ଭିକାରି ଥିବା ମନ୍ତ୍ରୀ କହିଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା।

ସେ କହିଛନ୍ତି-“ରାଜ୍ୟରେ ମୋଟ ୬,୩୯୦ ଭିକାରୀ ଚିହ୍ନଟ ହୋଇଛନ୍ତି। ତାଲିକାରେ କଟକ ପ୍ରଥମ ସ୍ଥାନରେ ଥିବା ବେଳେ ବଲାଙ୍ଗିର ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ବଲାଙ୍ଗିର ଜିଲ୍ଲାରେ ୭୦୮ ଜଣ ଭିକାରୀ ଅଛନ୍ତି। ସେହିପରି ମୟୂରଭଂଜ ଜିଲ୍ଲାରେ ୪୮୫ଜଣ, ଗଞ୍ଜାମରେ ୪୫୮, ପୁରୀରେ ୧୨୦, ଦେବଗଡ଼ ୧୬, ବୌଦ୍ଧରେ ୧୯ ଓ ମାଲକାନଗିରି ଜିଲ୍ଲାରେ ୨୧ ଜଣ ଭିକାରୀ ଅଛନ୍ତି।”ବିଧାୟକ ପ୍ରଶାନ୍ତ ବେହେରାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ପଢନ୍ତୁ: ମଥାରେ ତିଳକ ଓ ଲୁଙ୍ଗି ଲୁକ୍‌ରେ ବଚ୍ଚନ ପାଣ୍ଡେ ଭୂମିକାରେ ଅକ୍ଷୟ କୁମାର

Related posts

ଉଦଘାଟନ ହେଲା ୩୫ ମଡେଲ ଥାନା

ENO Beuro

ତାମିଲନାଡୁର ଏକ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ : ୯ ପର୍ବତାରୋହୀଙ୍କ ମୃତ୍ୟୁ

ENO Beuro

ଆଜିଠୁ ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା

ENO Beuro

Leave a Comment