କଂଗ୍ରେସ ବି ମୁସଲମାନଙ୍କ ପ୍ରତି ନିଷ୍ଠୁର:ମାୟ।ବତୀ

ଗୋହତ୍ୟା ସନ୍ଦେହରେ ମୁସଲମାନ ବ୍ୟକ୍ତିଙ୍କୁ ଦିଆଯାଉଛି ନିର୍ଯ୍ୟାତନା

ବିଏସପି ଅଧ୍ୟକ୍ଷ ମାୟାବତୀ ଆଜି କହିଛନ୍ତି ଯେ,ଉଭୟ ବିଜେପି ଏବଂ କଂଗ୍ରେସ ସରକାର ଭାରତର ଲୋକଙ୍କ ଉପରେ ଦାଉ ସାଧୁଛନ୍ତି।ବିଜେପି ଭଳି କଂଗ୍ରେସ ବି ମୁସଲିମଙ୍କ ପ୍ରତି ନିଷ୍ଠୁର ଆଚରଣ କରୁଛନ୍ତି।ଗୋହତ୍ୟା ସନ୍ଦେହରେ ମୁସଲିମ ସଂପ୍ରଦାୟର ବ୍ୟକ୍ତିଙ୍କୁ ନିର୍ଯାତନା ଦିଆଯାଇଛି।ଦୁଇ ଦଳର ସରକାର ମଧ୍ୟରେ କିଛି ବି ଫରକ ନାହିଁ।

ମଧ୍ୟପ୍ରଦେଶରେ କିଛି ଦିନତଳେ କଂଗ୍ରେସ ସରକାରଙ୍କ ଦ୍ଵାରା ବେଆଇନ ଗୋଚାଳନରେ ସମ୍ପୃକ୍ତ ତିନି ଜଣ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ରାଷ୍ଟ୍ରୀୟ ନିରାପତା ଆଇନ ଲାଗୁ କରାଯିବା ଘଟଣାକୁ ଇଙ୍ଗିତ କରି ମାୟବତୀ ଏପ୍ରକାର ବୟାନ ଦେଇଛନ୍ତି।ଅନ୍ୟପଟେ ମାୟବତୀଙ୍କ ବୟାନ ଉପରେ ପ୍ରତିକିୟା ଦେଇ ମଧ୍ୟପ୍ରଦେଶର ଜଣେ ମନ୍ତ୍ରୀ ପିସି ଶର୍ମା କହିଛନ୍ତି କି ଆମେ ନିର୍ବାଚନୀ ଇସ୍ତିହାରରେ ଯାହା ପ୍ରତିସୂତି ଦେଇଥିଲୁ ଏବେ ତାହାକୁ କାର୍ଯ୍ୟକାରୀ କରୁଛୁ।ଯଦି ମାୟାବତୀଙ୍କୁ କିଛି ଅନୈତିକ ବୋଲି ମନେ ହେଉଛି,ତାହେଲେ ସେ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଜଣ।ନ୍ତୁ।ଆମେ ଏ ବିଷୟରେ ଆଲୋଚନା କରିବୁ।

 

ପଢନ୍ତୁ:ରେଳପଥରେ ଓଡ଼ିଶାକୁ ଦିଆଯାଇଛି ମୋଟା ଅର୍ଥ:ଧର୍ମେନ୍ଦ୍ର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More