POLITICALS

ଲୋକସଭା ନିର୍ବାଚନ ଲଢିବେନି ମାୟାବତୀ

mayabati

ଲୋକସଭା ନିର୍ବାଚନକୁ ନାଁ

ବସପା ସୁପ୍ରିମୋ ମାୟାବତୀ ଲୋକସଭା ନିର୍ବାଚନ ଲଢିବେ ନାହିଁ। ଦଳର ଲୋକସଭା ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିବେ ଏବଂ ସେମାନଙ୍କ ପାଇଁ ହିଁ ସମୟ ଦେବେ। ଏହାସହ ସେ କହିଛନ୍ତି, ମେଣ୍ଟ ସୁଦୃଢ ସ୍ଥିତିରେ ରହିଛି, ଏବଂ ସେ ଯେତେବେଳେ ଚାହିଁବେ ସେ ନିର୍ବଚନରେ ବିଜୟୀ ହୋଇପାରିବେ ।

ମାୟାବତୀ କହିଛନ୍ତି ୟୁପିରେ ଗଠବନ୍ଧନ ମେଣ୍ଟର ଅଧିକ ଆବଶ୍ୟକତା ରହିଛି । ଏହା ମହତ୍ତ୍ୱପୂର୍ଣ୍ଣ ଅଟେ । ରାଜନୀତିରେ ପ୍ରତିଥର କଡା ନିଷ୍ପତ୍ତି ନେବାକୁ ପଡେ । ଏବେ ଦେଶହିତ ଏବଂ ପାର୍ଟି ମୁଭମେଣ୍ଟକୁ ଦେଖି ଏହିଭଳି ନିଷ୍ପତି ନେବାକୁ ପଡୁଛି । ଆପଣଙ୍କୁ କହିରଖୁଛୁ ଉତ୍ତରପ୍ରଦେଶରେ ଚଳିତଥର ସପା ଏବଂ ବସପା ମିଶି ନିର୍ବାଚନ ଲଢିବେ ।

ୟୁପିର ୮୦ ଲୋକସଭା ଆସନରେ ଏସ୍‌ପି- ବିଏସ୍‌ପି ଓ ଆର୍‌ଏଲ୍‌ଡି ମେଣ୍ଟରେ ନିର୍ବାଚନ ଲଢ଼ିବେ। ବିଏସ୍‌ପି ୩୮ଟି ଏସ୍‌ପି ୩୭ଟି ଓ ଆରଏଲ୍‌ଡି ୩ ସିଟ୍‌ରେ ମୈଦାନଙ୍କୁ ଓହ୍ଲାଇବେ।

ପଢନ୍ତୁ; ଲଣ୍ଡନରେ ବନ୍ଧା ହେଲେ ନୀରବ

Related posts

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା

ENO Beuro

ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ENO Beuro

ନବୀନଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ: କେନ୍ଦ୍ରରେ ବିଜେଡି ହେବ କିଙ୍ଗ ମେକର

Ratnamani Moharana

Leave a Comment