SPORTS

ପୁଣି ଥରେ ସ୍ଵର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କଲେ ଏମ୍‌ସି ମେରିକମ

ବିଶ୍ୱ ଚମ୍ପିଅନ ଭାରତର ମହିଳା ବକ୍ସର ଏମ୍‌ସି ମେରିକମ ୫ମ ଥର ପାଇଁ ଏସିଆନ୍‌ ଚମ୍ପିଅନସିପ୍‌ରେ ବୁଧବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏସିଆନ୍‌ ଚମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ୪୮ କିଲୋ ବର୍ଗ ଫାଇନାଲରେ ସେ ଉତ୍ତର କୋରିଆର କିମ ହୟାଙ୍ଗକୁ ଏକତରଫା ଫାଇଟ୍‌ରେ ପରାସ୍ତ କରିଛନ୍ତି । ମେରିକମ ଜାପାନର ସୁବାସା କୋମୁରାଙ୍କୁ ମଙ୍ଗଳବାର ୫-୦ରେ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲେ।

ମଣିପୁରର ବକସର ମେରିକମ ପାଖାପାଖି ଇ ବର୍ଷ ପରେ ରିଂକୁ ଫେରିଛନ୍ତି । ରାଜ୍ୟସଭା ସାଂସଦ ମେରିକମ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ୫୧ କିଲୋରେ ଭାଗ ନେବା ପରେ ଏବେ ୪୮ କିଲୋ ସ୍ତରରେ ଫେରିଛନ୍ତି । ନିଜ ଅଭିଜ୍ଞତା ବଳରେ ଫାଇନାଲରେ ଉତ୍ତର କୋରିୟ ବକସରକୁ ହରେଈ ପାରିଛନ୍ତି । ୨୦୧୪ ଏସୀୟ ଖେଳ ପରେ ଏଇଟି ତାଙ୍କର ପ୍ରଥମ ଅନ୍ତରାଷ୍ଟ୍ରୀୟ ସ୍ଵର୍ଣ୍ଣ ପଦକ ଓ ଗୋଟେ ବର୍ଷ ପରେ ପ୍ରଥମ ପଦକ । ଭାରତକୁ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟେ ସ୍ଵର୍ଣ , ଗୋଟେ ରୌପ୍ୟ ଓ ଗୋଟେ କାଂସ୍ୟ ପଦକ ଲାଭ ହୋଇଛି ।

ଏଥି ସହିତ ଲଣ୍ଡନ ଅଲମ୍ପିକ କାଂସ୍ୟ ପଦକ ବିଜୟିନୀ ମେରିକମ୍‌ ଏସିଆନ୍‌ ଚମ୍ପିୟନସିପରେ ନିଜର ୫ମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୩୫ ବର୍ଷୀୟ ମେରିକମ୍‌ ୨୦୦୩, ୨୦୦୫, ୨୦୧୦ ଓ ୨୦୧୨ରେ ସ୍ୱର୍ଣ୍ଣ ପଦକ ବିଜୟ କରିଥିବା ବେଳେ ୨୦୦୮ରେ ରୌପ୍ୟ ପଦକ ଜିତି ଥିଲେ।

ପୁଣି ଥରେ ସ୍ଵର୍ଣ୍ଣ ପଦକ ଜିତିବାର ସୌଭାଗ୍ୟ ଅର୍ଜନ କଲେ ଏମ୍‌ସି ମେରିକମ

ପଢନ୍ତୁ, ନ୍ୟୁଜିଲାଣ୍ଡ-ଭାରତ ର ଶେଷ ଟି-୨୦ରେ ପୁଣି ବିଜୟ ହାସଲ କଲେ ଭାରତୀୟ ଦଳ

Related posts

୨୦୩ ରନରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ :୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ

ENO Beuro

ଆଇପିଏଲ୍‌ରେ ଖେଳିବେ ସେହ୍ବାଗଙ୍କ ଭଣଜା

ENO Beuro

ଷ୍ଟିଫେନ୍‌ କନଷ୍ଟାଣ୍ଟାଇନଙ୍କ ଇସ୍ତଫା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More