CULTURES

ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରରେ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ଶାସ୍ତ୍ର ଅନୁସାରେ ସନ୍ଧି ପ୍ରକରଣ ଆଧାରରେ ‘ଜଗତ୍+ନାଥ’ ବୋଲି କୁହାଯାଇଛି । “ଜଗତି” ଶବ୍ଦର ଅର୍ଥ ରତ୍ନବେଦୀ ଓ “ନାଥ” ଶବ୍ଦର ଅର୍ଥ ସ୍ଵାମୀ । ଓଡ଼ିଆ ପରମ୍ପରାରେ ଭକ୍ତ ବିଭିନ୍ନ ନାମରେ ପ୍ରଭୁ ଜଗନ୍ନାଥଙ୍କୁ ଡାକେ ଯେମିତି ଜଗା, କାଳିଆ ସାଆନ୍ତ, ଦାରୁବ୍ରହ୍ମ, ଦାରୁ ଦେବତା, ଚକା ଆଖି, ଚକା ନୟନ ଓ ଚକା ଡୋଳା ଏମିତି ଅନେକ ନାମ।

ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ବହୁତ ନାମ ମଧ୍ୟରୁ ଶ୍ରୀଜଗନ୍ନାଥ ନାମଟି ସାତନ୍ତ୍ର୍ୟ। ଏହି ନାମ ଉଚ୍ଚାରଣ ମାତ୍ରେ ପ୍ରାଣ ଉଦ୍ବେଳିତ ହୋଇଉଠେ ଓ ହୃଦୟରେ ବ୍ୟାକୁଳତା ଜାଗିଉଠେ। ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରର ମଧ୍ୟ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି।

ଧାର୍ମିକ ଅର୍ଥାନୁବାଦ ଅନୁସାରେ ଜାଣନ୍ତୁ ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରରେ ରହିଥିବା ସ୍ୱତନ୍ତ୍ର ମାହାତ୍ମ୍ୟ ସମ୍ପର୍କରେ –

ଶ୍ରୀ – ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ, ଐଶ୍ୱର୍ଯ୍ୟ, ବିଭବ, ଆଲୋକ । ସେ ଭକ୍ତି, ପ୍ରୀତି ଓ ଶୋଭା ପ୍ରଦାୟିନୀ ଶକ୍ତି।

ଜ – ‘ଜ’ର ଅର୍ଥ ଉତ୍ପତ୍ତି, ବିଷ୍ଣୁ, ପିତାମାତା। ସକଳ ସୃଷ୍ଟିର କାରଣ ହେଉଛନ୍ତି ଭଗବାନ ଜଗନ୍ନାଥ । ସେ ସଂସାରର ସର୍ବକାରିଣୀ ଶକ୍ତିରୂପେ ବିଦ୍ୟମାନ।

ଗ – ‘ଗ’ର ଅର୍ଥ ଗଗନ, ସ୍ୱର୍ଗ, ଗୁରୁ। ସେ ସମସ୍ତଙ୍କର ଗୁରୁ, ତାଙ୍କର ଶ୍ରୀଚରଣ ତଳେ ଆଶ୍ରୟ ପାଇବା ସମସ୍ତଙ୍କର କାମ୍ୟ।

ନ୍ନା(ନ) – ‘ନ’ର ଅର୍ଥ ନିରାକାର, ନିର୍ବିକାର, ଅବିନାଶୀ, ସ୍ଥାନାତୀତ, ନିର୍ମାୟା, ନିରୀହ, ନିର୍ମଳ।

ଥ – ‘ଥ’ର ଅର୍ଥ ପର୍ବତ, ଭୟତ୍ରାତା, ମଙ୍ଗଳ, ରକ୍ଷଣ । ସେ ଅଜେୟ, ଅନାଥର ନାଥ, ଭୟ ନାଶକ, ସର୍ବ ମଙ୍ଗଳକାରକ।

ପଢନ୍ତୁ ;

ମାନସିକ ଚିନ୍ତାରୁ କିପରି ମୁକ୍ତି ପାଇବା ଆସନ୍ତୁ ଜାଣିବା

Related posts

ଆଜି ପ୍ରଥମାଷ୍ଟମୀ, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର ପିନ୍ଧି ହେଉଛନ୍ତି ପଢୁଆଁ

ENO Beuro

ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ,ଆଜି ହେବ ଅଧରପଣା ଲାଗି

ENO Beuro

ମହାଶିବରାତ୍ରି ଯାତ୍ରାକୁ ଆଉ ମାତ୍ର ଦିନଟିଏ ବାକି ! ରାତି ୧୦ରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ENO Beuro

1 comment

Leave a Comment