News

ଆସନ୍ତାବର୍ଷ ଜାନୁଆରିରୁ ରାଜ୍ୟରେ ଆରମ୍ଭ ହେବ ମିଳିମିଳା, ରୁବେଲା ଟିକାକରଣ ଅଭିଯାନ

ଆସନ୍ତାବର୍ଷ ଜାନୁଆରିରୁ ରାଜ୍ୟରେ ଆରମ୍ଭ ହେବ ମିଳିମିଳା, ରୁବେଲା ଟିକାକରଣ ଅଭିଯାନ

ମିଳିମିଳା ନିରାକରଣ ଓ ରୁବେଲାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଆସନ୍ତାବର୍ଷ ଜାନୁଆରିରୁ ରାଜ୍ୟରେ ଆରମ୍ଭ ହେବ ମିଳିମିଳା, ରୁବେଲା ଟିକାକରଣ ଅଭିଯାନ । ରାଜ୍ୟରେ ପ୍ରଥମ ଥର ଲାଗି ଏଭଳି ଏକ ବଡ଼ ଧରଣର ଅଭିଯାନ ପାଇଁ ସ୍ୱାସ୍ଥ୍ୟ ସଚିବ ବିଭିନ୍ନ ଅନୁଷ୍ଠାନକୁ ଚିଠି ଲେଖିଛନ୍ତି।

ଏହି ଅଭିଯାନରେ ୯ମାସରୁ ଆରମ୍ଭ କରି ୧୫ବର୍ଷର ଶିଶୁଙ୍କୁ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ୫ ସପ୍ତାହ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ପ୍ରଥମ ଦୁଇ ସପ୍ତାହରେ ରାଜ୍ୟର ଉଭୟ ସରକାରୀ ଓ ବେସରକାରୀ ସ୍କୁଲରେ ଟିକାକରଣ କରାଯିବ। ପରବର୍ତୀ ଦୁଇ ସପ୍ତାହରେ ଗୋଷ୍ଠୀସ୍ତରରେ ଏହି ଅଭିଯାନ ଚାଲିବ। ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟାନୁଷ୍ଠାନରେ ଟିକାକରଣ ହେବ।

ଅଭିଯାନରେ ସାମିଲ ହେବା ପାଇଁ ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ ପେଡିଆଟ୍ରିକ୍‌ସ, ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌, ଲାୟନ୍‌ସ ଇଣ୍ଟରନାସନାଲ ଓଡ଼ିଶା ଶାଖା, ଇଣ୍ଡିଆନ ଆସୋସିଏସନ୍‌ ଅଫ୍‌ ପେଡିଆଟ୍ରିକ୍‌ସ ଓ ଇଣ୍ଡିଆ ମେଡିକାଲ ଆସୋସିଏସନ୍‌ ଓଡ଼ିଶା ଶାଖାକୁ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି।

ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ ପେଡିଆଟ୍ରିକ୍‌ସ ବା ଆଇଏପି ଅଧୀନରେ ଥିବା ଶିଶୁରୋଗ ବିଶେଷଜ୍ଞମାନେ ନିଜ ନିଜର ରୋଗୀଙ୍କୁ ଏ ସଂପର୍କରେ ସୂଚନା ଦେବାକୁ କୁହାଯାଇଛି। ରାଜ୍ୟ ଓ ଜିଲ୍ଲାସ୍ତରରେ ହେଉଥିବା ସଚେତନତା କର୍ମଶାଳାରେ ବେସରକାରୀ ଶିଶୁରୋଗ ବିଶେଷଜ୍ଞମାନଙ୍କୁ ସାମିଲ ହେବାକୁ କୁହାଯାଇଛି। ନିଜ ହସ୍ପିଟାଲ କିମ୍ବା କ୍ଲିନିକ୍‌ରେ ଏଥିପାଇଁ ପୋଷ୍ଟର ଲଗାଇ ଲୋକଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ସୂଚନା ଦିଆଯାଇଛି ।

ପଢନ୍ତୁ, କ୍ୟାନସର ଓ ହୃଦରୋଗ ପୀଡିତ ରୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି, ୫୧ ପ୍ରକାର ଔଷଧର ଦର କମିଛି

Related posts

ଝାରସୁଗୁଡାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା !

ENO Beuro

ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

ENO Beuro

ଜମ୍ମୁ-କଶ୍ମୀରର ଅଗରତାଲାରେ ପ୍ରତିଷ୍ଠା ହେବ ମହାକାଶ ଗବେଷଣା ପ୍ରଯୁକ୍ତ କେନ୍ଦ୍ର

ENO Beuro

1 comment

Leave a Comment