୨୦୦୭ ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲା : ସ୍ୱାମୀ ଅସୀମାନନ୍ଦଙ୍କ ସମେତ ୫ ଦୋଷମୁକ୍ତ

ହାଇଦ୍ରାବାଦ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ଆସିଲା ରାୟ

୨୦୦୭ ହାଇଦ୍ରାବାଦ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ଆଜି ଆସିଛି ରାୟ । ହାଇଦ୍ରାବାଦ୍‌ ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲାରେ ସ୍ବାମୀ ଅସୀମାନନ୍ଦଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ସୋମବାର ଏନ୍‌ଆଇଏ କୋର୍ଟ ପ୍ରମାଣ ଅଭାବରୁ ଖଲାସ କରିଛି । ୨୦୦୭ ମେ ୧୮ ତାରିଖରେ ହାଇଦ୍ରାବାଦ୍‌ ଚାରମିନାର୍‌ଠାରେ ଥିବା ମକ୍କା ମସଜିଦ୍‌ରେ ଶୁକ୍ରବାର ନମାଜ ପଢ଼ାଯାଉଥିବା ସମୟରେ ବିସ୍ଫୋରଣ ଘଟିଥିଲା ।

ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହେବା ସହିତ ୫୮ ଜଣ ଆହତ ହୋଇଥିଲେ । ପ୍ରଥମେ ପୁଲିସ ମାମଲାର ତଦନ୍ତ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମାମଲା ସିବିଆଇ ହାତକୁ ଯାଇଥିଲା । ତେବେ ୨୦୧୧ରେ ସିବିଆଇ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି ବା ଏନଆଇଏକୁ ମାମଲା ହସ୍ତାନ୍ତର କରିଥିଲା । ଏହି ମାମଲାରେ ସ୍ୱାମୀ ଅସୀମାନନ୍ଦଙ୍କ ସମେତ ମୋଟ୍ ୧୦ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା ।

ସେମାନଙ୍କ ମଧ୍ୟରୁ କେବଳ ପାଞ୍ଚ ଜଣଙ୍କୁ ଗିରଫ କରାଯାଇ ବିଚାରର ସମ୍ମୁଖୀନ କରାଯାଇଥିଲା । ସେମାନେ ହେଲେ ଦେବେନ୍ଦ୍ର ଗୁପ୍ତ, ଲୋକେଶ ଶର୍ମା, ସ୍ୱାମୀ ଅସୀମା ନନ୍ଦ ଓରଫ ନବ କୁମାର ସର୍କାର, ଭରତ ମୋହନଲାଲ ରାତେଶ୍ୱର ଓରଫ୍‌ ଭରତ ଭାଇ ଏବଂ ରାଜେନ୍ଦ୍ର ଚୌଧୁରୀ ।

ଦୁଇ ଅଭିଯୁକ୍ତ ସ୍ୱାମୀ ଅସୀମାନନ୍ଦ ଏବଂ ଭାରତ ମୋହନଲାଲ ରତେଶ୍ୱର ଜାମିନ ପାଇ ବାହାରି ଆସିଥିଲା ବେଳେ ଅନ୍ୟ ତିନି ଜଣ ବିଚାର ବିଭାଗୀୟ ରିମାଣ୍ଡ୍‌ହର ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ କାରାଗାରରେ ଥିଲେ । ଅନ୍ୟ ଦୁଇ ଅଭିଯୁକ୍ତ ସନ୍ଦୀପ ଭି ଡାଙ୍ଗେ ଏବଂ ରାମଚନ୍ଦ୍ର କଲସାଙ୍ଗ୍ରା ଫେରାର ଅଛନ୍ତି । ଅନ୍ୟ ଜଣେ ଅଭିଯୁକ୍ତ ସୁନୀଲ ଯୋଶୀଙ୍କର ଦେହାନ୍ତ ହୋଇ ଯାଇଛି । ଆହୁରି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଚାଲିଛି ।

ସ୍ଥାନୀୟ ପୁଲିସ ଦ୍ୱାରା ପ୍ରାଥମିକ ତଦନ୍ତ କରାଯିବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ସିବିଆଇ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା ।
୨୦୧୧ରେ ସିବିଆଇ ଠାରୁ ଏହି ମାମଲା ଏନ୍‌ଆଇଏ ନେଇଥିଲା । ବିଚାର ସମୟରେ ସମୁଦାୟ ୨୨୬ ଜଣ ସାକ୍ଷୀଙ୍କୁ ପଚରା ଯାଇଥିଲା ଓ ୪୧୧ଟି ଦଲିଲ୍‌ ଦାଖଲ କରାଯାଇଥିଲା ।

ପଢନ୍ତୁ ;

ନ୍ୟୁୟର୍କର ମ୍ୟାଡମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇଲା କ୍ୟାଟ୍ରିନା କୈଫଙ୍କ ମହମ ମୂର୍ତ୍ତି

୨୦୦୭ ହାଇଦ୍ରାବାଦ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ଆଜି ଆସିଛି ରାୟ - 91%

91%

ହାଇଦ୍ରାବାଦ୍‌ ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲାରେ ସ୍ବାମୀ ଅସୀମାନନ୍ଦଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ସୋମବାର ଏନ୍‌ଆଇଏ କୋର୍ଟ ପ୍ରମାଣ ଅଭାବରୁ ଖଲାସ କରିଛି - 88%

88%
89.5%

Very Good!

୨୦୦୭ ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲା : ସ୍ୱାମୀ ଅସୀମାନନ୍ଦଙ୍କ ସମେତ ୫ ଦୋଷମୁକ୍ତ

୨୦୦୭ ହାଇଦ୍ରାବାଦ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ଆଜି ଆସିଛି ରାୟ । ହାଇଦ୍ରାବାଦ୍‌ ମକ୍କା ମସଜିଦ୍‌ ବିସ୍ଫୋରଣ ମାମଲାରେ ସ୍ବାମୀ ଅସୀମାନନ୍ଦଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ସୋମବାର ଏନ୍‌ଆଇଏ କୋର୍ଟ ପ୍ରମାଣ ଅଭାବରୁ ଖଲାସ କରିଛି । ୨୦୦୭ ମେ ୧୮ ତାରିଖରେ ହାଇଦ୍ରାବାଦ୍‌ ଚାରମିନାର୍‌ଠାରେ ଥିବା ମକ୍କା ମସଜିଦ୍‌ରେ ଶୁକ୍ରବାର ନମାଜ ପଢ଼ାଯାଉଥିବା ସମୟରେ ବିସ୍ଫୋରଣ ଘଟିଥିଲା ।

No Votes Yet

You're not rated yet