ମକ୍କା ମସଜିଦ ବିସ୍ଫୋରଣ ମାମଲା : ରାୟ ଦେବାର କିଛି ସମୟ ପରେ ଜଜଙ୍କ ଇସ୍ତଫା

ହାଇଦ୍ରାବାଦର ପ୍ରସିଦ୍ଧ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ରାୟ ଶୁଣାଇବାର କିଛି ସମୟ ପରେ ସ୍ଵତନ୍ତ୍ର ଏନଆଇଏ କୋର୍ଟର ଜଜ ରବିନ୍ଦର ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରେଡ୍ଡୀ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସେ ଇସ୍ତାଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।

ଏହି ମାମଲାରେ ନିର୍ଦୋଷ ସାବ୍ୟସ୍ତ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ସଂଘ ପରିବାର ସହ ସଂପର୍କ ଥିବାରୁ ବିଚାରପତିଙ୍କ ଇସ୍ତଫାର କାରଣକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ବିଜେପି ସଭାପତି ଅମିତ ଶାହ ସଂପୃକ୍ତ ଥିବା ସୋହରାବୁଦ୍ଦିନ ଶେଖ୍‌ ମାମଲାର ବିଚାର କରୁଥିବା ବିଚାରପତି ଜଷ୍ଟିସ ବିଏଚ୍‌ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ବିଚାରପତି ରେଡ୍ଡୀଙ୍କ ଇସ୍ତଫା ନୂଆ ବିବାଦ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ ୨୦୦୭ ମେ ୧୮ରେ ମସଜିଦରେ ନମାଜ ପାଠ ସମୟରେ ହୋଇଥିବା ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଥିଲେ।

ପରେ ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ପୋଲିସ ଗୁଳି ଚାଳନାରେ ମଧ୍ୟ କିଛି ଲୋକ ପ୍ରାଣ ହରାଇଥିଲେ। ଗତ ୧୧ ବର୍ଷରେ ଏହି ମାମଲାରେ ଅନେକ ନାଟକୀ ମୋଡ଼ ଆସିଛି। ଅନେକ ସାକ୍ଷୀ ନିଜର ବୟାନ ଓହରି ଯିବାରୁ ଆଜି ଏହି ରାୟ ପ୍ରକାଶ ପାଇଛି।

ଏହି ମାମଲାର ତଦନ୍ତ ସର୍ବ ପ୍ରଥମେ ହାଇଦ୍ରାବାଦ ପୋଲିସ କରିଥିଲା। ପୋଲିସ ନିଜର ତଦନ୍ତରେ କୌଣସି ମୁସଲିମ ସଂଗଠନର ନାମ ନେଇଥିଲା, ମାତ୍ର ଯେବେ ଏହି ମାମଲାର ତଦନ୍ତଭାର ସିବିଆଇ ପାଖକୁ ଗଲା ଏଥିରେ ହିନ୍ଦୁବାଦୀ ସଂଗଠନ ଅଭିନବ ଭାରତର ନାମ ସାମ୍ନାକୁ ଆସିଥିଲା। ଏହା ପରେ ୫ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା।

ପଢନ୍ତୁ; ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦୀନରେ ସାମିଲ ହେଲେ ଭାରତୀୟ ଯବାନ!

ସେ ଇସ୍ତାଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। - 9.1

91%

ଏହି ମାମଲାର ତଦନ୍ତ ସର୍ବ ପ୍ରଥମେ ହାଇଦ୍ରାବାଦ ପୋଲିସ କରିଥିଲା। - 8.7

87%
8.9/10

Very Good!

ମକ୍କା ମସଜିଦ ବିସ୍ଫୋରଣ ମାମଲା : ରାୟ ଦେବାର କିଛି ସମୟ ପରେ ଜଜଙ୍କ ଇସ୍ତଫା

ହାଇଦ୍ରାବାଦର ପ୍ରସିଦ୍ଧ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ରାୟ ଶୁଣାଇବାର କିଛି ସମୟ ପରେ ସ୍ଵତନ୍ତ୍ର ଏନଆଇଏ କୋର୍ଟର ଜଜ ରବିନ୍ଦର ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରେଡ୍ଡୀ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସେ ଇସ୍ତାଫା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।

No Votes Yet

You're not rated yet