ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ମଧ୍ୟ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି, ଯେଉଁଠି ଏମ୍ବିବିଏସ୍ ପାଠ୍ୟକ୍ରମ ହିନ୍ଦୀ ଭାଷାରେ ପଢ଼ାଯିବ। ଏଥି ସହିତ ୟୁକ୍ରେନ, ରୁଷ୍, ଜାପାନ, ଚୀନ, କିର୍ଗିଜସ୍ତାନ ଓ ଫିଲିପାଇନ୍ସ ଭଳି ଦେଶ ତାଲିକାରେ ଭାରତ ସାମିଲ ହୋଇଯାଇଛି, ଯେଉଁଠାରେ ମେଡିକାଲ ପାଠପଢ଼ା ମାତୃ ଭାଷାରେ ହେବ।
ମଧ୍ୟ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହେବାକୁ ଯାଉଛି, ଯେଉଁଠି ଏମ୍ବିବିଏସ୍ ପାଠ୍ୟକ୍ରମ ହିନ୍ଦୀ ଭାଷାରେ ପଢ଼ାଯିବ। ଏଥି ସହିତ ୟୁକ୍ରେନ, ରୁଷ୍, ଜାପାନ, ଚୀନ, କିର୍ଗିଜସ୍ତାନ ଓ ଫିଲିପାଇନ୍ସ ଭଳି ଦେଶ ତାଲିକାରେ ଭାରତ ସାମିଲ ହୋଇଯାଇଛି, ଯେଉଁଠାରେ ମେଡିକାଲ ପାଠପଢ଼ା ମାତୃ ଭାଷାରେ ହେବ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଆଜି ଏମ୍ବିବିଏସ୍ ପ୍ରଥମ ବର୍ଷର ୩ଟି ପୁସ୍ତକ ଉନ୍ମୋଚନ କରିଛନ୍ତି।ଏହି ପୁସ୍ତକଗୁଡ଼ିକୁ ହିନ୍ଦୀ ଭାଷାରେ ଅନୁବାଦ କରାଯାଇଛି। ୯୭ ଜଣିଆ ଡାକ୍ତର ଟିମ୍ ୪ ମାସ ଭିତରେ ଇଂରାଜୀରୁ ହିନ୍ଦୀ ଅନୁବାଦ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଭୋପାଳର ଲାଲ୍ ପରେଡ୍ ଗ୍ରାଉଣ୍ଡରେ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫୦ ହଜାର ମେଡିକାଲ ଛାତ୍ରଛାତ୍ରୀ ଯୋଡ଼ି ହୋଇଥିଲେ। ଭୋପାଳର ସରକାରୀ ଓ ବେସରକାରୀ ମେଡିକାଲ କଲେଜ, ନର୍ସିଂ ଏବଂ ପାରାମେଡିକାଲ କଲେଜର ଛାତ୍ରଛାତ୍ରୀ ମଧ୍ୟ ଏଥିରେ ସାମିଲ ଥିଲେ। ଅନ୍ୟାନ୍ୟ ସହରର ମେଡିକାଲ ଛାତ୍ରଛାତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ।
ଏମ୍ବିବିଏସ୍ ପୁସ୍ତକଗୁଡ଼ିକର ମେଡିକାଲ ଅନୁବାଦ କରିବାର ଏହି ପ୍ରୋଜେକ୍ଟର ନାମ ‘ମନ୍ଦାର’ ରଖାଯାଇଛି। ରାଜ୍ୟର ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି ଯେ ହିନ୍ଦୀ ପୁସ୍ତକଗୁଡ଼ିକୁ ଏମ୍ପିର ମେଡିକାଲ କଲେଜ ପ୍ରଫେସର ଏବଂ ହିନ୍ଦୀ ବିଶେଷଜ୍ଞମାନେ ମିଶି ପ୍ରସ୍ତୁତ କରିଛନ୍ତି। କହି ରଖୁଛୁ, ହିନ୍ଦୀରେ ଲେଖିବାର ସୁବିଧା ମଧ୍ୟପ୍ରଦେଶ ଆୟୁର୍ବିଜ୍ଞାନ ବିଶ୍ୱବିଦ୍ୟାଳୟ ୨୦୧୮ ମସିହାରେ ହିଁ ଆରମ୍ଭ କରିଥିଲା। ଚଳିତ ବର୍ଷ ଏମ୍ବିବିଏସ୍ ପ୍ରଥମ ବର୍ଷରେ Anatomy, Physiology ଓ Biochemistry ପାଠ୍ୟକ୍ରମକୁ ହିନ୍ଦୀ ଭାଷାରେ ଶିକ୍ଷାଦାନ କରାଯିବ। ଆୟୁର୍ବିଜ୍ଞାନ ବିଶ୍ୱବିଦ୍ୟାଳୟର ତତ୍କାଳୀନ କୁଳପତି ଡା. ଆର୍ଏସ୍ ଶର୍ମା କହିଛନ୍ତି ଯେ ଅନେକ ବିଦ୍ୟାର୍ଥୀ ଏହି ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଏବେ ହିନ୍ଦୀରେ ପୁସ୍ତକଗୁଡ଼ିକ ଉପଲବ୍ଧ ହେବା ଦ୍ୱାରା ବିଦ୍ୟାର୍ଥୀମାନଙ୍କ ପାଇଁ ପରୀକ୍ଷାରେ ଉତ୍ତର ଲେଖିବା ଆହୁରି ସହଜ ହୋଇଯିବ। ତେବେ ନ୍ୟାସନାଲ ମେଡିକାଲ କମିଶନ ତରଫରୁ ଏହା ବାଧ୍ୟତାମୂଳକ ନୁହେଁ ଯେ ପରୀକ୍ଷାରେ କେବଳ ଇଂରାଜୀ ଭାଷାରେ ହିଁ ଉତ୍ତର ଲେଖାଯିବ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।