• Home
  • Featured
  • ଆସନ୍ତୁ ଜାଣିବା ଅପରାଜିତାର ଔଷଧୀୟ ଗୁଣ
Featured

ଆସନ୍ତୁ ଜାଣିବା ଅପରାଜିତାର ଔଷଧୀୟ ଗୁଣ

ଆସନ୍ତୁ ଜାଣିବା ଅପରାଜିତାର ଔଷଧୀୟ ଗୁଣ a flower

ଅପରାଜିତାର ଅନେକ ଔଷଧୀୟ ଗୁଣ ରହିଛି। ଏହାକୁ ମଧ୍ୟ ଅନେକ ପ୍ରକାର ରୋଗର ଔଷଧ ହିସାବରେ ବ୍ୟବହାର କରାଯାଇଥାଏ। ଅପରାଜିତା ର  ବୈଜ୍ଞାନିକ ନାମ କ୍ଲାଇଟୋରିଆ ଟାର୍ନେସିୟା।

ଆମ ଆଖପାଖ କିମ୍ବା ବାଡିବାଗିଚା ରେ ମଧ୍ୟ ବିଭିନ୍ନ ରଙ୍ଗର ଅପରାଜିତା ଫୁଲ ଦେଖିବାକୁ ମିଳିଥାଏ । ଏହା ମଧ୍ୟ  ସମସ୍ତଙ୍କ ମନ କିଣିଥାଏ। କିଏ ଏହାକୁ ସଜାଇବାକୁ ବ୍ୟବହାର କରିଥାନ୍ତି ତ ଆଉ କିଏ ଭଗବାନଙ୍କୁ ଅର୍ପଣ କରିଥାନ୍ତି।ଘରୋଇ ଚିକିତ୍ସା କ୍ଷେତ୍ରରେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ । ଯେପରିକି: *ଜ୍ୱର ସମୟରେ: ବାରମ୍ବାର ଜ୍ୱର ଆସୁଥିଲେ ଆପଣ ଅପରାଜିତାର ବ୍ୟବହାର କରିପାରିବେ। ଏଥିପାଇଁ ଆପଣ ଅପରାଜିତାର ଫୁଲ କୁ ଫୁଟାଇ ଏହି ପାଣିକୁ ସେବନ କରିପାରିବେ।  ଗର୍ଭଯନ୍ତ୍ରଣା ହେଉଥିବା ସମୟରେ ଅପରାଜିତାର ବ୍ୟବହାର ମଧ୍ୟ କରିପାରିବେ । ଏଥିପାଇଁ ଆପଣ ଏହାର ମୂଳକୁ ଏକ ସୂତାରେ ବାନ୍ଧି ଗର୍ଭବତୀଙ୍କ ଅଣ୍ଟାରେ ବାନ୍ଧିବେ। ଏହାଦ୍ୱାରା ପ୍ରସବ କ୍ରିୟା ସ୍ବାଭାବିକ ହୋଇଥାଏ।  ଶିଶୁ ଜନ୍ମନେବା ପରେ ଏହାକୁ କାଢ଼ି ଦିଅନ୍ତୁ। ଅପରାଜିତା ସେବନ କରିବା  ଦ୍ଵାରା  ପେଟ ଜନିତ ସମସ୍ୟା ଯେପରି କବ୍ଜରୁ ରକ୍ଷା ଦେଇଥାଏ। କିଛି ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟ ବାହାରିଯିବାର ସମସ୍ୟା ରହିଥାଏ,ଏଥିପାଇଁ ଆପଣ ଅପରାଜିତାର ପତ୍ରକୁ ଖଟାମିଠା ଘାସ  ସହ ମିଶାଇ ଫୁଟାଇ ନେବେ। ପରେ ଏଥିରେ କିଛି ଫିଟିକିରି ପକାଇ ଏହି ପାଣିକୁ ଯୌନାଙ୍ଗକୁ ଧୋଇଦିଅନ୍ତୁ। ଏହାଦ୍ୱାରା ଗର୍ଭାଶୟ ଠିକ୍‌ ସ୍ଥାନକୁ ଆସିଥାଏ ।  ଏହାମଧ୍ୟ ନାନାଦି ସଂକ୍ରମଣ ରୋଗ ରୁ  ରକ୍ଷା କରିଥାଏ। ୨୫୦ ଗ୍ରାମ ପାଉଡରରେ କିଛି ମହୁ ମିଶାଇ ଶିଶୁକୁ ଚାଟିବାକୁ ଦିଅନ୍ତୁ। ଲାଭ ମିଳିବ।  ଶିଶୁମାନଙ୍କର କଫ ସମସ୍ୟାରୁ  ମଧ୍ୟ ମୁକ୍ତି କରିଥାଏ ।

ଅପରାଜିତାର ମଞ୍ଜିକୁ ପେଷି ପିଇବା ଦ୍ଵାରା ଶିଶୁମାନଙ୍କର  କଫ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ପଢନ୍ତୁ ;- ଉଷୁମ ପାଣିରେ ଲେମ୍ବୁ ମିଶାଇ ପିଇଲେ କଣ ଲାଭ ହୁଏ

 

Related posts

ଏସିଡିଟି ସମସ୍ୟା ? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ କିଛି ସାଧାରଣ ଘରୋଇ ଉପାୟ

Krishna Kumar Manoj

ଅଳ୍ପ ସମୟ ମଧ୍ୟରେ ଉଜ୍ଜଳ ତ୍ୱଚା, କର୍ମଜୀବି ମହିଳାମାନଙ୍କ ପାଇଁ ଘରୋଇ ଉପଚାର

Krishna Kumar Manoj

ନୀତି ଦିନିଆ ସାଧାରଣ ରୋଗ ଥଣ୍ଡା, କାଶ ଏବଂ ଜ୍ଵର ର କିଛି ଘରୋଇ ଉପଚାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More