Loading...

୪ ଦିନ ପରେ ପାରାସିଟାମଲ୍‌ ସହ ୮୦୦ଟି ଔଷଧର ବଢିବ ମୂଲ୍ୟ

୪ ଦିନ ପରେ ପାରାସିଟାମଲ୍‌ ସହ ୮୦୦ଟି ଔଷଧର ବଢିବ ମୂଲ୍ୟ

ଆଉ ମାତ୍ର ୪ ଦିନ ପରେ ଆପଣ ବ୍ୟବହାର କରୁଥିବା ଔଷଧ ଆପଣଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିପାରେ | କରୋନା ପାଇଁ ମହଙ୍ଗା ବୋଝରେ ସନ୍ତୁଳି ହେଉଥିବା ଲୋକଙ୍କ ପାଇଁ ଏବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି |

ଆଉ ମାତ୍ର ୪ ଦିନ ପରେ ଆପଣ ବ୍ୟବହାର କରୁଥିବା ଔଷଧ ଆପଣଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିପାରେ | କରୋନା ପାଇଁ ମହଙ୍ଗା ବୋଝରେ ସନ୍ତୁଳି ହେଉଥିବା ଲୋକଙ୍କ ପାଇଁ ଏବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି | ତେବେ ଏପ୍ରିଲ ୧ ତାରିଖରୁ ଆଉ ଏକ ମହଙ୍ଗା ବିସ୍ଫୋରଣ ହେବାକୁ ଯାଉଛି | କାରଣ ଘରେ ଘରେ ବ୍ୟବହୃତ ହେଊଥିବା କିଛି ଔଷଧର ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି | ଏହି ତାଲିକାରେ ପ୍ରାୟ ଘରେ ବ୍ୟବହୃତ ହେଉଥିବା ପାରାସିଟାମଲ୍‌ ସହ ଆଉ ୮୦୦ଟି ଔଷଧ ରହିଛି |

 

ବାସ୍ତବରେ ଔଷଧର ମୂଲ୍ୟ ବୃଦ୍ଧି ପାଇଁ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ଅନୁମତି ଦେଇଥିଲେ । ଏହା ଅଧୀନରେ, ନୂତନ ଆର୍ଥିକ ବର୍ଷରେ ଯନ୍ତ୍ରଣା ଉପଶମକାରୀ ତଥା ବିଭିନ୍ନ ସଂକ୍ରମଣ ଏବଂ ହୃଦରୋଗ ଓ ଆଜମା ରୋଗୀଙ୍କୁ ଦିଆଯାଉଥିବା ପ୍ରାୟ ୮୦୦ଟି ଔଷଧ ମହଙ୍ଗା ହେବ | ଏହି ବର୍ଦ୍ଧିତ ମୂଲ୍ୟ ଏପ୍ରିଲ ୧, ୨୦୨୨ରୁ ଲାଗୁ ହେବାକୁ ଥିବାବେଳେ ଔଷଧ ମୂଲ୍ୟରେ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହେବ |

ପାରାସିଟାମଲ୍‌ ସହ ଆଜିଥ୍ରୋମାଇସିନ୍, ସିପ୍ରୋଫ୍ଲୋକ୍ସାସିନ୍ ହାଇଡ୍ରୋକ୍ଲୋରିଡ୍, ମେଟ୍ରୋନିଡାଜୋଲ୍, ଫେନୋବାର୍ବିଟୋନ୍ ଭଳି ଔଷଧ ଏହି ତାଲିକାରେ ଅଛି | ସେହିପରି କରୋନା ଚିକିତ୍ସାରେ ବ୍ୟବହୃତ ଔଷଧ ବ୍ୟତୀତ ଅନେକ ଭିଟାମିନ୍ ବଟିକା, ରକ୍ତ ବୃଦ୍ଧିକାରୀ ଔଷଧ ମଧ୍ୟ ବର୍ଦ୍ଧିତ ତାଲିକାରେ ରଖାଯାଇଛି | ଜ୍ୱର, ସଂକ୍ରମଣ, ହୃଦରୋଗ, ରକ୍ତହୀନତା, କିଡନୀ ରୋଗ, ମଧୁମେହ, ରକ୍ତଚାପ, ଆଣ୍ଟି-ଆଲର୍ଜି, ଆଣ୍ଟି-ଟକ୍ସିନ୍,ଯକ୍ଷ୍ମା, ମାଇଗ୍ରେନ୍, ପାର୍କିନ୍ସନ୍, ଡିମେନ୍ସିଆ, ସାଇକୋଥେରାପି, ପେଟ ରୋଗ ପାଇଁ ବ୍ୟବହୃତ ଔଷଧ ମୂଲ୍ୟ ମଧ୍ୟ ବଢିବାକୁ ଯାଉଛି।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.