News

ବ୍ରିଜ୍ ତଳେ ପଡିଛି ପୁଳା ପୁଳା ଔଷଧ

medicine

ବ୍ରିଜ୍ ତଳେ ପଡିଛି ପୁଲା ପୁଲା ସରକାରୀ ଔଷଧ । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଗୋଛାବାରୀ ନିକଟ ବ୍ରିଜ୍ ତଳେ ବ୍ୟାପକ ପରିମାଣର ଔଷଧ ପଡିଥିବା ଦେଖିବାକୁ ମିଳିଛି । ମେଡିସିନ୍ ଗୁଡିକରେ ସରକାରୀ ଯୋଗାଣ ଲେଖାଯାଇଛି।

ଏଥିରୁ କିଛି ଔଷଧର ଏକ୍ସପାଇରୀ ଡେଟ୍‌ ନଥିବାବେଳେ ଆଉ କିଛିଟାରେ ରହିଛି। ତେବେ କିଏ ଏବଂ କାହିଁକି ଏହି ଔଷଧ ଫୋପାଡ଼ଛି ତାହା ସଠିକ୍‌ ଭାବେ ଜଣାପଡ଼ି ନାହିଁ। ପ୍ରାୟ ୪୦ ହଜାର ଟଙ୍କାର ଔଷଧ ପଡ଼ିଛି।

ଔଷଧ ପଡ଼ିଥିବା ଜାଗାଟି ସରକାରୀ ଡାକ୍ତରଖାନାଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି। ଉକ୍ତ ଡାକ୍ତରଖାନାର ଔଷଧକୁ ଏଠାରେ ପକାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ଜଣାପଡ଼ିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ପଢନ୍ତୁ; ଫେବ୍ରୁଆରିରେ ରେକର୍ଡ ଭାଙ୍ଗିଲା ଥଣ୍ଡା, ୯ଟି ସ୍ଥାନରେ ୧୦ ଡିଗ୍ରୀରୁ କମ ତାପମାତ୍ରା

Related posts

ସରିଲା ରତ୍ନଭଣ୍ଡାର ଯାଞ୍ଚ କିନ୍ତୁ ଫିଟି ପାରିଲାନି ସଠିକ ରହସ୍ୟ

ENO Beuro

ପପୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର,ଆଇସିୟୁରେ ଚାଲିଛି ଚିକିତ୍ସା: ଗୁଜବ ସୃଷ୍ଟି ନ କରିବାକୁ ପତ୍ନୀଙ୍କ ଅନୁରୋଧ

ENO Beuro

ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନାରେ କନ୍ଧମାଳରେ କ୍ୟାଣ୍ଡେଲ ରାଲି

ENO Beuro

Leave a Comment