• Home
  • News
  • ପେଟ୍ରୋଲ ପମ୍ପରେ ମିଳିବ ଔଷଧ – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୂଆ ଯୋଜନା
News

ପେଟ୍ରୋଲ ପମ୍ପରେ ମିଳିବ ଔଷଧ – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୂଆ ଯୋଜନା

ଏଣିକି ପେଟ୍ରୋଲ ପମ୍ପରେ ମିଳିବ ଔଷଧ – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୂଆ ଯୋଜନା । ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଯାଉଥିବା ଲୋକଙ୍କୁ କମ୍ ଦାମରେ ମିଳିପାରିବ ଦରକାରୀ ଔଷଧ । ଲୋକଙ୍କୁ ଶସ୍ତାରେ ଅତି ଦରକାରୀ ମେଡିସିନ ଯୋଗାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଖୁବଶୀଘ୍ର ଏହି ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର । ବୁଧବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି । ଜନଔଷଧି କେନ୍ଦ୍ର ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ନେଇ ପଦକ୍ଷେପ ନିଆଯାଉଛି । କେବଳ ଏତିକି ନୁହେଁ, ଖୁବଶୀଘ୍ର ତୈଳ କମ୍ପାନୀମାନେ ପେଟ୍ରୋଲ ପମ୍ପରେ ଅଣତୈଳ କାରବାର ମଧ୍ୟ ଆରମ୍ଭ କରିବେ । ପେଟ୍ରୋଲ ପମ୍ପରେ ଏଲଇଡି ବଲ୍ବ ବିକ୍ରି କରିବା ନେଇ ନିକଟ ଅତୀତରେ ଏକ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି ।

ତେବେ ସରକାରଙ୍କ ଏହି ପଦକ୍ଷେପକୁ ନେଇ ମଧ୍ୟ ବିଚାର ବିମର୍ଷ ଆରମ୍ଭ ହୋଇଛି । ସରକାରୀ ଜନଔଷଧି କେନ୍ଦ୍ରରେ ଯୋଗ୍ୟ ଫାର୍ମାଶିଷ୍ଟଙ୍କୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ । ଏତେ ସଂଖ୍ୟକ ଫାର୍ମାଶିଷ୍ଟଙ୍କୁ କେଉଁ ଯୋଗ୍ୟତା ଆଧାରରେ ନିଯୁକ୍ତି ଦିଆଯିବ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ସେହିଭଳି କେଉଁ ପ୍ରକାରର ଔଷଧ ମିଳିବ ସେନେଇ ମଧ୍ୟ ଦ୍ୱନ୍ଦ ସୃଷ୍ଟି ହୋଇଛି । ତେବେ ସରକାର ଏନେଇ ବିଚାର କରୁଛନ୍ତି ଓ ଖୁବଶୀଘ୍ର ଏନେଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ପେଟ୍ରୋଲ ପମ୍ପରେ ମିଳିବ ଔଷଧ  ପେଟ୍ରୋଲ ପମ୍ପରେ ମିଳିବ ଔଷଧ – କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୂଆ ଯୋଜନା

ଜାଣନ୍ତୁ ଓଡିଆ ସିନେମା ଯଷ୍ଟ ମୋହବତ ବିଷୟରେ

Related posts

ବଲିଉଡ ଅଭିନେତ୍ରୀ ରିଚା ଚଢାଙ୍କୁ ଟ୍ୱିଟର ଆକାଉଣ୍ଟ ଜରିଆରେ ଦୁଷ୍କର୍ମ ଏବଂ ହତ୍ୟା ଧମକ!

ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଆପ୍‌ ବିଧାୟକଙ୍କ ମାଡ଼ ! ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

Krishna Kumar Manoj

ସାଲେପୁର ଦୁଷ୍କର୍ମ ମାମଲା : ଆଖି ବୁଜିଲେ ସାଲେପୁର ପୀଡ଼ିତା 

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More