POLITICALS

ପାଟକୁରା ଉପନିର୍ବାଚନ ପାଇଁ ବିଜେଡ଼ିର ରଣନୀତି ପ୍ରସ୍ତୁତି

Untitled 1

ଆସନ୍ତା ୨୦ତାରିଖରେ ପାଟକୁରାରେ ବିଧାନସଭା ନିର୍ବାଚନ । ହାତରେ ଆଉ ମାତ୍ର ୧୧ଦିନ । ଏଥିପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ପାଟକୁରା ନିର୍ବାଚନକୁ ନେଇ ଚାଲିଛି ଗେମ୍ ପ୍ଲାନ୍। ପାଟକୁରାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଯୋଗ ଦେଇଥିଲେ। ପାଟକୁରା ଆସନ ହାତେଇବା ପାଇଁ ରାଜ୍ୟର ପ୍ରମୁଖ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଝା ଜାରି ରହିଛି ।  ପାଟକୁରା ନିର୍ବାଚନ ଜିତିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ । ବିଜେଡି ରଣନୀତିକୁ ଯେମିତି ଅସନ୍ତୁଷ୍ଟ ସ୍ଥାନୀୟ ନେତା ଓଲଟପାଲଟ ନକରିଦିଅନ୍ତି ସେଥିପାଇଁ ସବୁପ୍ରକାର ସତର୍କତା ଅବଲମ୍ବନ କରାଯାଉଛି ।

ସେପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ପାଟକୁରା ନିର୍ବାଚନ ନେଇ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଲୋଚନା କରିବା ସହ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ଦୁଇ ଦୁଇ ଥର ନିର୍ବାଚନ ସ୍ଥଗିତ ରହିବା ପରେ ପାଟକୁରା ବିଧାନସଭା ପାଇଁ ୨୦ ତାରିଖରେ ନିର୍ବାଚନ ହେବ । ୨୪ ତାରିଖରେ ଫଳାଫଳ ଆସିବ । ଏଠାରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ବିଜେପିରୁ ବିଜୟ ମହାପାତ୍ର  ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସାବିତ୍ରୀ ଅଗ୍ରୱାଲ  ପ୍ରାର୍ଥୀ ହୋଇଛନ୍ତି । ଏହି ନିର୍ବାଚନ ବିଜେଡି ଓ ବିଜେପି ବିଶେଷକରି ବିଜୟ ମହାପାତ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ପାଟକୁରା ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ହେବାର ଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନକୁ ମେ ୧୯ ଯାଏଁ ଘୁଂଚାଯାଇଥିଲା । ପୁଣି  ଫୋନି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ପଢନ୍ତୁ: ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ପୁଣି ୧୦ରୁ ବଢିବ ବର୍ଷାର ପରିମାଣ

Related posts

ବିଜେପୁର ଉପନିର୍ବାଚନ : ଜୋର ଧରୁଛି ପ୍ରଚାର ଅଭିଯାନ

ENO Beuro

୧ ରେ ଅମିତ ଶାହା ଓ ୨ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗ୍ରସ୍ତ

Ratnamani Moharana

ସାଂସଦ ପଦରୁ ଇସ୍ତଫା ଦେଲେ ବୈଜୟନ୍ତ ପଣ୍ଡା

ENO Beuro

Leave a Comment