POLITICALS

ପୂର୍ବତନ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା ଗିରଫ

Untitled 1

 ଶ୍ରୀନଗରରେ କର୍ଫ୍ୟୁ ପାଇଁ ପ୍ରସ୍ତୁତି, ନେତାଙ୍କ ଗିରଫଦାରି ଆରମ୍ଭ

ଜାମ୍ମୁ-କାଶ୍ମୀରରୁ ଧାରା 370 ଓ 35A ହଟାଯିବା ପରେ ସେଠାକାର ପରିସ୍ଥିତି ବିଗିଡ଼ିଯାଇଛି । ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସେଠାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଆହୁରି ବିଭିନ୍ନ ରାଜ୍ୟରୁ ଅର୍ଦ୍ଧସାମରିକ ଫୋର୍ସ ମଧ୍ୟ ପଠାଯିବାର ଯୋଜନା ଚାଲିଛି । ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି  ଏବଂ ନ୍ୟାସନାଲ କନଫ୍ରେନ୍ସ ନେତା ଉମର ଅବଦୁଲ୍ଲାଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରାଯାଇଛି। ସେମାନଙ୍କୁ ଶ୍ରୀନଗରର ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଛି। ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ବିଧେୟକକୁ ନେଇ ମେହବୁବା ଏବଂ ଅବଦୁଲ୍ଲା ବାରମ୍ବାର ଧମକପୂର୍ଣ୍ଣ, ଉତ୍ତେଜକ ଏବଂ ଦଙ୍ଗା ସୃଷ୍ଟିକାରୀ ମନ୍ତବ୍ୟ ଦେଇ ଆସୁଥିଲେ। ପ୍ରଶାସନ ହିଂସାକାଣ୍ଡ ରୋକିବା ସହ ସୁରକ୍ଷା ଦୃଷ୍ଟିରୁ ଏହି ଦୁଇ ନେତାଙ୍କୁ ଗିରଫ କରିଛି।

ଜାମ୍ମୁ-କାଶ୍ମୀରରେ  ତୀବ୍ର ଉତ୍ତେଜନା ପ୍ରକାଶ ପାଉଥିବାରୁ ଶ୍ରୀନଗରରେ ଅନିର୍ଦିଷ୍ଟ କାଳ ପାଇଁ ୧୪୪ ଧାରା  ଜାରି କରାଯାଇଛି। ସବୁ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଛି। ମୋବାଇଲ ଏବଂ ଇଣ୍ଟରନେଟ୍  ସେବାକୁ ମଧ୍ୟ ସସପେଣ୍ଡ କରାଯାଇଛି। ଆଜି ଏସଂପର୍କରେ ସୂଚନା ଦେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଶ୍ରୀନଗରରେ କର୍ଫ୍ୟୁ ଜାରି କରାଯାଉଥିବାରୁ ଏଭଳି ପଦକ୍ଷେପ ନିଆଯାଉଛି। ନେତାମାନଙ୍କୁ ଘରୁ ବାହାରିବାକୁ ଦିଆଯିବ ନାହିଁ। ‌ଲୋକମାନଙ୍କୁ ମଧ୍ୟ ଘରୁ ନବାହାରିବା ଲାଗି କୁହାଯାଇଛି। ସେନାବାହିନୀ ଶ୍ରୀନଗରକୁ ଘେରି ରହିଛନ୍ତି। ଯେକୌଣସି ପରିସ୍ଥିତିିର ମୁକାବିଲା ପାଇଁ ସାମରିକ ଯବାନମାନେ ପ୍ରସ୍ତୁତ ବୋଲି ସେ କହିଛନ୍ତି।

ପଢନ୍ତୁ: ଆଉ ବଜାରକୁ ଫେରିବନି ୧୦୦୦ ଟଙ୍କିଆ ନୋଟ

 

Related posts

ସୂର୍ଯ୍ୟ ପାତ୍ର ବାଚସ୍ପତି ଓ ପ୍ରମିଳା ମଲ୍ଲିକ ପାଇଲେ ମୁଖ୍ୟ ସଚେତକ ପଦ

Ratnamani Moharana

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା: ୭୨ ଘଣ୍ଟା ମଧ୍ୟରେ ୮ ଜଣ ହତ୍ୟାର ଶିକାର

Ratnamani Moharana

ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀଙ୍କର ଆଜି ପ୍ରଥମ ରୋଡ୍‌ ସୋ’; ଯୋଗଦେବେ ରାହୁଲ ଗାନ୍ଧୀ

ENO Beuro

1 comment

Leave a Comment