News

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେହେବୁବା ମୁଫ୍‌ତି

ଇସ୍ତଫା ଦେଲେ ମେହେବୁବା

ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ପଦରୁ ମେହେବୁବା ମୁଫ୍‌ତି ଗତକାଲି ଇସ୍ତଫା ପ୍ରଦାନ କରିଛନ୍ତି। ମେହେବୁବା ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ନରିନ୍ଦର ନାଥ ଭୋରାଙ୍କୁ ପ୍ରଦାନ କରିଛନ୍ତି। ସେ ସନ୍ଧ୍ୟା ଚାରିଟାରେ ପିଡିପିର ବୈଠକ ଡକାଯାଇଛି। ଏହା ସହିତ ବିଜେପି କୋଟାର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପି ସମର୍ଥନ ପ୍ରତ୍ୟାହାର କରିବାର ଚିଠି ରାଜ୍ୟପାଳଙ୍କୁ ପ୍ରଦାନ କରିଛି। ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିଛି ବିଜେପି।

ଉଲ୍ଲେଖଯୋଗ୍ୟ,ଭାଜପା ଅଧ୍ୟକ୍ଷ ଅମିତ ଶାହ ମେହେବୁବା ମୁଫ୍‌ତି ସରକାରରେ ସାମିଲ ଥିବା ସମସ୍ତ ଭାଜପା ସଦସ୍ୟ ଓ ରାଜ୍ୟର ସବୁ ବଡବଡ ନେତାଙ୍କୁ ମଙ୍ଗଳବାର ଏକ ଜରୁରୀ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଡାକିଥିଲେ। ଏହି ବୈଠକ ପରେ ଶାହ ପିଡିପିଠାରୁ ଅଲଗା ହୋଇଯିବା କଥା ଘୋଷଣା କରିଥିଲେ।

ପଢନ୍ତୁ;ଡେଙ୍ଗୁ ଓ ମ୍ୟାଲେରିଆ ବିରୋଧରେ ଲଢ଼ିବାକୁ ଶକ୍ତି ଦେଇଥାଏ ଅମୃତଭଣ୍ଡା ପତ୍ରର ଜୁସ୍! ଆସନ୍ତୁ ଜାଣିବା ଏହାର ଉପକାରିତା ସମ୍ପର୍କରେ

Related posts

କାର୍ଯ୍ୟଦିବସରେ ଛୁଟି ନେଇପାରିବେନି ବିଚାରପତି

ENO Beuro

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ କୁମାର ଦୋଷୀ

ENO Beuro

ଆଜି ସକାଳୁ ଭୁବନେଶ୍ଵର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ENO Beuro

1 comment

Leave a Comment