News

ମୋଦି ସରକାରଙ୍କ ଚାପରେ ନଇଁଲା ଆଣ୍ଟିଗୁଆ, ରଦ୍ଦ ହେବ ଚୋକସିଙ୍କ ଆଣ୍ଟିଗୁଆ ନାଗରିକତ୍ୱ

Untitled 1

ଭାରତ ସରକାରଙ୍କ ଚାପରେ ନଇଁଲା ଆଣ୍ଟିଗୁଆ । ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ତଥା ଫେରାର ବ୍ୟବସାୟୀ ମେହୁଲ ଚୋକସି  ଫେରିବେ ଭାରତ। ଆଣ୍ଟିଗୁଆ ସରକାର ଭାରତ ସରକାରଙ୍କ ଚାପ ଫଳରେ ମେହୁଲଙ୍କ ନାଗରିକତା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ   କହିଛନ୍ତି ଯେ ବ୍ୟବସାୟୀ ମେହୁଲ ଚୋକସିଙ୍କ ନାଗରିକତାକୁ ରଦ୍ଦ କରିଦିଆଯିବ ଓ ତାଙ୍କୁ ଭାରତକୁ ଫେରାଇଦିଆଯିବ |ଭାରତ ପକ୍ଷରୁ ଲଗାତାର ଚାପ ପଡ଼ୁଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ଆଣ୍ଟିଗୁଆ ସରକାର ।

ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ବ୍ରାଉନଙ୍କ ସୂଚନା ଅନୁସାରେ,“ଚୋକିସ୍‌ଙ୍କୁ ମିଳିଥିବା ଆଣ୍ଟିଗୁଆ ଓ ବରବୁଡ଼ାର ନାଗରିକତ୍ୱକୁ ଖୁବ୍‌ଶୀଘ୍ର ରଦ୍ଦ କରାଯିବ। ଆମ ଦେଶରେ ଅପରାଧୀମାନଙ୍କୁ କୌଣସି ସ୍ଥାନ ମିଳିବ ନାହିଁ। ଅବଶ୍ୟ ଅପରାଧୀଙ୍କ ପାଖରେ ଆଇନଗତ ଲଢ଼େଇ କରିବାକୁ ସୁଯୋଗ ରହିବା ଦରକାର। ତେଣୁ ଚୋକସିଙ୍କ ପାଖରେ କୋର୍ଟ ଯିବାକୁ ଏବେ ବି ସମୟ ରହିଛି। ତଥାପି କୋର୍ଟ ଯଥାଶୀଘ୍ର ଏହି ମାମଲାର ଶୁଣାଣି କରି ଚୋକସିଙ୍କୁ ଭାରତ ପଠାଇବାକୁ ବ୍ୟବସ୍ଥା କରିବା ଦରକାର।”

ପଢନ୍ତୁ: ଲାଇଭ୍ ସୋରେ ସାମ୍ବାଦିକଙ୍କୁ ପିଟିଲେ ପାକିସ୍ତାନ ନେତା

Related posts

ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ ପାଇଁ ରୋଡ ସୋ

ENO Beuro

କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ: ଚଣ୍ଡିଖୋଲରେ ହେବ ଭୂତଳ ତୈଳ ଭଣ୍ଡାର

ENO Beuro

ଥରୁଛି ଆଭ୍ୟନ୍ତରୀଣ ଓଡିଶା,୧୨ ଡିଗ୍ରୀ ତଳେ ୧୨ ସହର

ENO Beuro

Leave a Comment